ଭଦ୍ରକ ଜିଲ୍ଲା ତିହିଡି ଥାନାଧୂନ ଦହପାଣିଆ ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ ହୋଇଛି । ଏନେଇ ପୋଲିସ ମୃତାଙ୍କ ସ୍ବାମୀ ସମେତ ଅନ୍ୟମାନଙ୍କ ବିରୋଧରେ ଦଫା ୮୫, ୮୦, ୧୦୩, ୩ (୫) ବିଏନଏସ ଏବଂ ୪ ଡିପି ଏକ୍ଟରେ ଏକ ମାମଲା ୫୮/୨୫ ରୁଜୁ କରି ପ୍ରାଥମିକ ତଦନ୍ତ କରି ସ୍ବାମୀଙ୍କୁ ଥାନାରେ ଅଟକ ରଖୁଥିବା ସୂଚନା ମିଳିଛି । ଏଥିସହ ଶବ ବ୍ୟବଚ୍ଛେଦ କରି ଶ୍ବଶୁର ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ସୂଚନା ମୁତାବକ, ତିହିଡ଼ି ଥାନା ବାରୋ ପଞ୍ଚାୟତ ଅଧୀନ ଦହ ହପାଣିଆ ଗ୍ରାମର ସିଦ୍ଧାର୍ଥ ମଳିକ ଚାନ୍ଦବାଲି ଥାନା ମାଧପୁର ପଞ୍ଚାୟତ । ଅଧୀନ ବଡ଼ସିଂହପୁର ଗ୍ରାମର ଖଗେଶ୍ବର ଦାସଙ୍କ ଝିଅ ସୁମିତ୍ରାଙ୍କ ସହିତ ଗତ ତା୩୦,୦୫.୨୦୨୩ ରିଖରେ ବୈଦ୍ଦିକ ଋତିରେ ବିବାହ ହୋଇଥିଲା । ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ମାତ୍ର ପରେ ଅଧୂକ ଯୌତୁକ ଦାବିକରି ଶଶୁରଘର ଲୋକେ ଯୌତୁକ ନିର୍ଯାତନା ଦେଉଥିଲେ । ଶୁକ୍ରବାର ସକାଳେ ସୁମିତ୍ରାଙ୍କ ଭାଇ ସଦାନନ୍ଦ ଫୋନ୍ ଯୋଗେ ଭଉଣୀର ମୃତ୍ୟୁ ଖବର ପାଇବା ପରେ ସେ ତିହିଡ଼ି ଡାକ୍ତରଖାନାରେ ପହଂଚି ଥିଲେ । ତାଙ୍କ ଭଉଣୀ ସୁମିତ୍ରାକୁ ଶ୍ବଶୁରଘର ଲୋକେ ମାରି ଝୁଲାଇ ଦେଇଥିବା ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ ।