ବଲାଙ୍ଗୀର – ବରଗଡ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ରୁଗୁଡ଼ିଖାଲ ଛକରେ ଛିଡ଼ାଥିବା ଏକ ହାଇୱାକୁ ପଛପଟୁ ଏକ ବାଇକ ପିଟିବାରୁ ବାଇକ ଆରୋହୀ ଙ୍କ ଜୀବନ ଚାଲିଯାଇଛି । ମୃତ ଯୁବକ ଜଣକ ହେଲେ ଆଗଲପୁର ବ୍ଲକ ବେନ୍ଦ୍ରା ଗ୍ରାମର ରାଜିନ୍ଦ୍ର ମହାକୁର (୩୨)। ମୃତଦେହ କୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲକୁ ପଠା ଯାଇଛି । ହାଇୱାକୁ ପୋଲିସ ଜବତ୍ କରିଛି। ପୋଲିସ ସୂଚନା ମତେ, ବେନ୍ଦ୍ରା ପଞ୍ଚାୟତ ସଦର ଗ୍ରାମର ରାଜିନ୍ଦ୍ର ବାଇକ ଯୋଗେ ରୁଗୁଡ଼ିଖାଲ ଛକକୁ ପୁଅ ପାଇ ଫଳ କିଣି ସାରି ଫାଷ୍ଟଫୁଡ୍ ନେବାକୁ ଆସୁଥିଲେ। ହେଲେ ପୂର୍ବ ରୁ ଉକ୍ତ ଛକ ରେ ଅଟକିଥିବା ଏକ ହାଇୱା ପଛପଟେ ତାଙ୍କ ବାଇକ ପିଟି ହୋଇଥିଲା। ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଖବର୍ ପାଇଁ ଘଟଣା ସ୍ଥଳକୁ ଆଇଆଇସି ଯାଜ୍ଞସିନୀ ନାୟକ ଓ ଷ୍ଟାପ ଯାଇ ହାଇୱାକୁ ଜବତ୍ କରି ମୃତ ଦେହ କୁ ଡ଼ାକ୍ତର ଖାନା ପଠାଇ ଥିଲେ।