ଯୋଗାଣ ମନ୍ତ୍ରୀଙ୍କ ଖରିଫ ଧାନ ସଂଗ୍ରହ ସମୀକ୍ଷା ବୈଠକ

Supply Minister's Kharif Grain Collection Review Meeting

0 76

କଳାହାଣ୍ଡି/ଭବାନୀପାଟଣା,: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ
୨୦୨୪- ୨୫ ଖରିଫ ଧାନ ସଗ୍ରହ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲାର ୨୨୩ ଗୋଟି ଧାନ ସଂଗ୍ରହ ମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାର ୯୫ ପ୍ରତିଶତ ଧାନ ଚାଷୀଙ୍କ ଠାରୁ ମଣ୍ଡିରୁ ସଂଗ୍ରହ କରାଯାଇ ସାରିଥିବା ଏବଂ ଏହି ପ୍ରକ୍ରିୟାରେ ଜିଲ୍ଲାର ୮୫ ମିଲର୍ସ ଉଷୁନା ପାଇଁ ୭୦ ମିଲର୍ସ ଅରୁଆ ଚାଉଳ ସଂଗ୍ରହ ପାଇଁ ୧୫ ମିଲର୍ସ ଅଂଶଗ୍ରହଣ କରିଥିବା ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ  ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାର ଟାର୍ଗେଟ ଥିବା ୬୪୦୬୧୯୧. ୧୮ କୁଇଣ୍ଟାଲ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୬୭୯୯୭୦. ୩ କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରାଯାଇଛି । ବଳକା ଧାନ ସଂଗ୍ରହ ପ୍ରକ୍ରିୟା ଚାଲୁରହିଛି ଖୁବ ଶୀଘ୍ର ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବୈଠକରେ ଅବଗତ କରାଇଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲାର ଧାନ ସଂଗ୍ରହ ପ୍ରକ୍ରିୟାକୁ ପ୍ରଶଂସା କରି ଚାଷୀଙ୍କର ହିତ ଦୃଷ୍ଟିରୁ ଟାର୍ଗେଟ ଧାର୍ଯ୍ୟ ବଳକା ଧାନ
ସଂଗ୍ରହ ପ୍ରକ୍ରିୟା ସୁଚାରୁରୂପେ ପରିଚାଳନା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ, ତନ୍ମୟ କୁମାର ଦରୱାନ, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, ଡିଆର୍‌ସିଏସ୍‌, ପ୍ରମାଦ କୁମାର ସାହୁଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ । ମାନ୍ୟବର ମନ୍ତ୍ରୀ ଏହାପରେ ଭବାନୀପାଟଣା ଅଞ୍ଚଳର କିଛି ଧାନ ମଣ୍ଡି ପରିଦର୍ଶନରେ ଯାଇଥିଲେ ଏବଂ ସନ୍ଧ୍ୟାରେ ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ
ମହାବିଦ୍ୟାଳୟର ସିଲଭର ଜୁବଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।

Leave A Reply

Your email address will not be published.