ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହୟତା ଯୋଗାଇ ଦିଆଯିବ : ଶ୍ରୀ ସିଂହଦେଓ

All kinds of assistance will be provided by the government: Mr. Singhdeo

0 70

ଭୁବନେଶ୍ୱର,: ଉତ୍କର୍ଷ ଓଡ଼ିଶା କନକ୍ଲେଭ ସଫଳତାର ସହ ସମାପ୍ତ ହେବା ପରେ ମଧ୍ୟ ଓଡ଼ିଶାକୁ ନିବେଶକଙ୍କ ସୁଅ ଛୁଟିଛି । ଗୁଜୁରାଟର ଫଣିଧର ଗ୍ରୁପ ଓଡ଼ିଶାରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଗ୍ରୁପ ଓଡ଼ିଶାରେ ଶୀତଳ ଭଣ୍ଡାର କରିବା ସହିତ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା କରିବା ନେଇ ଆଗ୍ରହ ଦେଖାଇଛନ୍ତି । ଏହି ପରିପ୍ରେକ୍ଷିରେ ଫଣିଧର ଗ୍ରୁପର ଚେୟାରମ୍ୟାନ କୃଣାଳ ପଟେଲ ଓ ପ୍ରେସିଡେଣ୍ଟ ଡ଼ ବିଭୁ ପ୍ରସାଦ ସ୍ୱାଇଁ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତକରି ଏହି ବିଷୟରେ ଆଲୋଚନା କରିଛନ୍ତି । କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ନିବେଶକ ଅନୁକୂଳ ନୀତି ନିର୍ଦ୍ଧାରିତ କରିଛନ୍ତି  ଏତଦବ୍ୟତୀତ ବିଭିନ୍ନ ଯୋଜନା ମାଧ୍ୟମରେ ସବସିଡ଼ି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ
ଦେବାକୁ ପ୍ରତିଶୃତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ଦିଆ ଯାଉଥିବା ସୁବିଧାର ଲାଭ ମଧ୍ୟ ଏହି କମ୍ପାନୀ ପାଇ ପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ଫଣିଧର ଗ୍ରୁପ ଗୁଜୁରାଟର ଏକ ନାମକରା କୃଷି ଉଦ୍ୟୋଗ । ଗୁଜୁରାଟର ମେହେସାନାରେ ଏହାର ଏକ ମେଗା ଫୁଡ଼ ପାର୍କ ରହିଛି । ସେହିଭଳି ଏକ ମେଗା ଫୁଡ଼ ପାର୍କ ପରବର୍ତ୍ତୀ ସମୟରେ ଓଡ଼ିଶାରେ ମଧ୍ୟ ଖୋଲିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଆଗରେ
ଇଚ୍ଛାପ୍ରକାଶ କରିଛନ୍ତି । ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ସହ ସମ୍ପୃକ୍ତ କମ୍ପାନୀର ଚେୟାରମ୍ୟାନ ଓ ପ୍ରେସିଡେଣ୍ଟ ଓଡ଼ିଶାର ବିଭିନ୍ନ ଯୋଜନା ଓ ପ୍ରଣାଳୀ ବାବଦରେ ଆଲୋଚନା କରିସାରିଛନ୍ତି । ଏହି ଅବସରରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ୍ ପୱନ କଲ୍ୟାଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.