ଅକ୍ଷୟ ଶକ୍ତି ବ୍ୟବହାରକୁ ସର୍ବାଧିକ ଗୁରୁତ

0 77

ଭୁବନେଶ୍ୱର,: ବର୍ତ୍ତମାନ ସମୟରେ ଓଡ଼ଶା ସରକାର ଅକ୍ଷୟ ଶକ୍ତିକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏପରିକି ୨୦୨୭ ସୁଦ୍ଧା ରାଜ୍ୟରେ ୩ ଲକ୍ଷ
ରୁଫ୍ ଟପ୍ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି, ଯାହା ସବୁଜ ଶକ୍ତି ଆଡ଼କୁ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ସେହିଭଳି ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବା ପାଇଁ ରହିଥିବା ଜାତୀୟ ଲକ୍ଷ୍ୟ ସହିତ ରାଜ୍ୟ ସରକାରଙ୍କ ଏହି
ପଦକ୍ଷେପ ବେଶ୍ ଗୁରୁତ୍ୱ ଓ ସମନ୍ୱିତ ରହିଛି, ପରିବେଶ ଲାଭ ବ୍ୟତୀତ ଏହି ଯୋଜନା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ କାର୍ବନ ଫୁଟପ୍ରିକୁ ହ୍ରାସ କରି ଦେଶର ସ୍ଥାୟିତ୍ୱ ପ୍ରୟାସକୁ ଆହୁରି ସୁଦୃଢ଼ କରିବ । ଉଲ୍ଲେଖଯୋଗ୍ୟ, ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରି ଅକ୍ଷୟ ଶକ୍ତିକୁ ସୁଲଭ ମୂଲ୍ୟରେ ଯୋଗାଇବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଏପରିକି ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ହେଉଛି, ଭାରତ ସରକାରଙ୍କ ଏହା ଏକ ପ୍ରମୁଖ ଯୋଜନା । ଏପରିକି ସରକାରଙ୍କ ଏହି ପଦକ୍ଷେପ
ଘରୋଇ ଛାତ ଉପରେ ସୌରଶକ୍ତି ସ୍ଥାପନ ପ୍ରକ୍ରିୟାକୁ ସରଳ କରିଛି, ସମଗ୍ର ଦେଶ ଓ ରାଜ୍ୟରେ ରୁଫ୍ଟପ୍‌ ସୋଲାର ସ୍ଥାପନକୁୁ ସୁଗମ କରିଥିବା ଏହି ଯୋଜନାର ଲକ୍ଷ୍ୟ ହେଉଛି, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବାୟ ଅପରପକ୍ଷରେ ଆରଇସି ଲିମିଟେଡର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ଭେଣ୍ଡର ମିଟ୍ର ଆୟୋଜନ କରାଯାଇଥିଲା । ଏହି ଅବସରରେ ସୌରଶକ୍ତି ବିକ୍ରେତା ଏବଂ ଏସ୍‌ଏଲ୍ୱିସିଙ୍କ ସମେତ ବ୍ୟାଙ୍କିଙ୍ଗ୍ ସହଯୋଗୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ ଏବଂ
ଓରେଡାର ସିଇଓ ସାଇ ଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏବଂ ଭୁବନେଶ୍ୱର ଆରଇସିର ସିପିଏମ୍‌ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକ ପ୍ରମୁଖ ଅଂଶୀଦାରମାନଙ୍କ ପାଇଁ ଯୋଜନାର କାର୍ଯ୍ୟକାରିତା ଉପରେ ଥିବା ପ୍ରତିବନ୍ଧକଗୁଡ଼ିକୁ ସମାଧାନ କରିବା ଏବଂ ସମ୍ଭାବ୍ୟ ସମାଧାନ ଅନ୍ୱେଷଣ କରି ଗଠନମୂଳକ ଆଲୋଚନାରେ ନିୟୋଜିତ ହେବା ପାଇଁ ଏକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଥିଲା ।

Leave A Reply

Your email address will not be published.