ସମ୍ବଲପୁର,: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଆୟକର ବିଭାଗର ୨୦ ଟି ଟିମ୍ ତାଙ୍କର ସମ୍ବଲପୁରସ୍ଥିତ ବାସଭବନ ସମେତ ୨୦ଟି ସ୍ଥାନରେ ଚଢ଼ଉ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର ସମେତ ବିଭିନ୍ନ ସ୍ଥାନରେ ସକାଳ ୬ ଟାରୁ ଏହି ଚଢ଼ଉ ଆରମ୍ଭ ହୋଇଛି । ଆୟକର ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଛି । ଅଧିକାରୀମାନେ ସମସ୍ତ କାଗଜପତ୍ର ଯାଞ୍ଚ କରାଯାଉଛି । ଘରେ ପ୍ରାୟ ୧୦ ଜଣ ଏହି ଚଢ଼ଉ କରୁଛନ୍ତି । ଅଧିକାରୀମାନେ ଯେହେତୁ ବାହାରକୁ ଆସି ନାହାନ୍ତି ଚଢ଼ଉ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ । ଗତ କିଛିଦିନ ସ୍ଥଳେ ନବ ଦାସଙ୍କ ପୁଅ ବିଶାଳକୁ ଛତିଶଗଡ଼ ପୁଲିସ ଅଟକ ରଖିବା ପରଠାରୁ ପୁଣି ଚର୍ଚ୍ଚାକୁ ଆସିଥିଲେ ନବଙ୍କ ପରିବାର ।