ଭୁବନେଶ୍ୱର,: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ମୁଖ୍ୟ ରାଜେଶ କୁମାର ପିଏନ୍ବି କଟକ ମଣ୍ଡଳର ମହାକାଳପଡା ଶାଖା ଅନ୍ତର୍ଗତ ଗୃହଋଣ ଆକାଉଣ୍ଟଧାରୀ ମୃତ ମନୋରଞ୍ଜନ ସାହୁଙ୍କ ମନୋନୀତ ବ୍ୟକ୍ତି ଝରଣା ସ୍ୱାଇଁଙ୍କୁ ୪୯.୪୬ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ମନୋରଞ୍ଜନ ସାହୁଙ୍କର ହୃଦ୍ଘାତରେ ମୃତ୍ୟୁ ପରେ, ପିଏନ୍ବି ମେଟ୍ ଲାଇଫ୍ର କ୍ରେଡିଟ୍ ଲାଇଫ୍ ବୀମା ଯୋଜନା (ମେଟ୍ ଋଣ ଏବଂ ଜୀବନ ସୁରକ୍ଷା) ଅଧୀନରେ ଏହା ସମାଧାନ କରାଯାଇଥିଲା (ପଲୀସି ଅବଧି ୧ ବର୍ଷ ୮ ମାସ ୫ ଦିନ) । ଅଞ୍ଚଳ ମୁଖ୍ୟ ରାଜେଶ କୁମାର କହିଥିଲେ ଯେ କ୍ରେଡିଟ୍ ଲାଇଫ୍ ବୀମା ଯୋଜନା ପିଏନ୍ବିର ଋଣଗ୍ରହୀତାମାନଙ୍କୁ ଋଣ ସୁରକ୍ଷା ପ୍ରଦାନ କରିଥାଏ । ଋଣଗ୍ରହୀତାଙ୍କ ମୃତ୍ୟୁ କ୍ଷେତ୍ରରେ, ମନୋନୀତ ବ୍ୟକ୍ତି ବୀମା ରାଶି ପାଇବାକୁ ହକ୍ଦାର୍ ଅଟନ୍ତି, ଯାହା ବକେୟା ଋଣକୁ ଭରଣା କରିବା ସହ ପରିବାର ଉପରେ ଋଣ ପରିଶୋଧ ଭାର ନପଡିବାକୁ ନିଶ୍ଚିତ କରିଥାଏ । ମନୋରଞ୍ଜନ ସାହୁ ଡିସେ ମ୍ବର ୨୦୨୨ରେ ୫୦ଲକ୍ଷ ଟଙ୍କାର ଗୃହ ଋଣ ନେଇଥିଲେ । ବୀମା କଭରେଜ ସ୍ୱରୂପ ଝରଣା ସ୍ୱାଇଁଙ୍କୁ ୪୯.୪୬ଲକ୍ଷ ଟଙ୍କାର ସମାଧାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପ-ଅଞ୍ଚଳ ମୁଖ୍ୟ କ୍ଷେତ୍ରବାସୀ ମିଶ୍ର, କଟକ ମଣ୍ଡଳର ମଣ୍ଡଳ ମୁଖ୍ୟ ଜଗବନ୍ଧୁ ପାଢୀ, ଉପ- ମଣ୍ଡଳ ମୁଖ୍ୟ ସୂର୍ଯ୍ୟମଣୀ ସାହୁ, ମହାକାଳପଡା ଶାଖାର ଶାଖା ପ୍ରବନ୍ଧକ କେଶବ ସାହୁ ଏବଂ ଋଣ ଅଧିକାରୀ ମାନସ ରଞ୍ଜନ ନାୟକ, ଜୋନାଲ ମାର୍କେଟିଂ ମୁଖ୍ୟ ନିରଞ୍ଜନ ମିଶ୍ର, ଭୁବନେଶ୍ୱର ଅଞ୍ଚଳର ସହାୟକ ମହାପ୍ରବନ୍ଧକ ବିଜୟ କୁମାର ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ । ଏହି ଅବସରରେ ପିଏନ୍ବି ମେଟ୍ ଲାଇଫ୍ ଇଣ୍ଡିଆ ଇନ୍ସ୍ୟୁରାନ୍ସ କମ୍ପାନୀ ଲିଃର ପ୍ରନିନିଧିଗଣ ଏବଂ ଉପ ଅଞ୍ଚଳ ବ୍ୟବସାୟ