କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ସ୍ୱାକ୍ଷରିତ ହେବ: ମୁଖ୍ୟମନ୍ତ୍ରୀ

0 88

କେନ୍ଦୁଝର, : ଖଣିଜ ସଂପଦରେ ପରିପୂର୍ଣ୍ଣ କେନ୍ଦୁଝରରେ ବୃହତ ଷ୍ଟିଲ୍ କାରଖାନା ନିର୍ମାଣ ହେବାର ଆଶା ଅଧିକ ଦେଖାଦେଇଛି । କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ପୁଣି ଥରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି । ଜିଲ୍ଲାରେ ହେବାକୁଥିବା ଏହି କାରଖାନା ପାଇଁ ଚଳିତ ମାସ ଭୁବନେଶ୍ୱରରେ ଆୟୋଜିତ ଦୁଇଦିନିଆ \”ଉତ୍କର୍ଷ ଓଡ଼ିଶା\’ କନକ୍ଲେଭରେ ଏଥିପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ
ହୋଇପାରେ । ଏହି କାରଖାନା ନିର୍ମାଣ ପାଇଁ ୬୫ ହଜାର କୋଟି ଟଙ୍କା ବିନିଯୋଗ ହେବ । ଏହି କାରଖାନା ମାଧ୍ୟମରେ
ବେରୋଜଗାରୀଙ୍କୁ ପ୍ରତକ୍ଷ୍ୟ ଓ ପରୋକ୍ଷା ଭାବେ ରୋଜଗାର ମିଳିବ । କେନ୍ଦୁଝର ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର କହିଛନ୍ତି, ଜିଲ୍ଲାରେ ହେବାକୁ ଥିବା ଏହି କାରଖାନା ପାଇଁ ଚଳିତ ମାସ ଭୁବନେଶ୍ୱରରେ ଆୟୋଜିତ ଦୁଇଦିନିଆ \”ଉତ୍କର୍ଷ ଓଡ଼ିଶା\’ କନକ୍ଲେଭରେ ଏଥିପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇପାରେ । ଏହି କାରଖାନା ନିର୍ମାଣ ପାଇଁ ୬୫ ହଜାର କୋଟି ଟଙ୍କା ବିନିଯୋଗ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ମେଗା ଷ୍ଟିଲ୍ କାରଖାନା ନେଇ ଗତବର୍ଷ ନଭେମ୍ବର ୧ ତାରିଖରେ ପ୍ରଥମେ ସୂଚନା ଦେଇଥିଲେ । ସେହି ସମୟରେ ଦୁଇଦିନିଆ ଗସ୍ତରେ ଥିବା ବେଳେ ସେ କହିଥିଲେ ଯେ, ଜେଏସଡବ୍ଲୁ ଓ ପୋସ୍କୋର ମିଳିତ ସହଯୋଗରେ ମେଗା ଷ୍ଟିଲ କାରଖାନା ନିର୍ମାଣ ହେବ । ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶାର ରୋଡ୍‌ ସୋ\’ର ଆୟୋଜନ ହୋଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଞ୍ଜି ନିବେଶ ପାଇଁ ସିଙ୍ଗାପୁର ଗସ୍ତ କରିଥିଲେ । ଏହି କାର୍ଯ୍ୟକ୍ରମଗୁଡ଼ିକରେ ରାଜ୍ୟ ସରକାରଙ୍କ ତରଫରୁ ସେ ଦେଇଥିଲି । ସେହି ସମୟରେ ମୁଖ୍ୟମନ୍ତ୍ରୀ ଉଭୟ ଜେଏସଡବ୍ଲୁ ଓ ପୋସ୍କୋ ସହିତ ଆଲୋଚନା କରିଥିଲେ । ସେମାନେ କେନ୍ଦୁଝରରେ ଷ୍ଟିଲ କାରାଖାନା କରିବାକୁ ଆଗ୍ରହ ପ୍ରକାଶ କରିଥିବା ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.