ଧର୍ମଗଡ଼,: ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଗତ କିଛିଦିନ ତଳେ ସମସ୍ତ ମଣ୍ଡଳରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଛନ୍ତି । କୋକସରା ବ୍ଲକ କୋକସରା ମଣ୍ଡଳ ପକ୍ଷରୁ ମଙ୍ଗଳବାର ନବ ନିର୍ବାଚିତ ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧିଙ୍କୁ ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମଣ୍ଡଳ ସମ୍ପାଦକ
ତ୍ରିନାଥ ଶବରଙ୍କ ଅଧ୍ୟକ୍ଷତାରେ ପ୍ରଥମେ ନବ ନିର୍ବାଚିତ ମଣ୍ଡଳ ସଭାପତି ବସନ୍ତ କୁମାର ନାଗ ଓ ଜିଲ୍ଲା ପ୍ରତିନିଧି ଭାବେ ଦୁର୍ଗା ପ୍ରସାଦ ପ୍ରଧାନୀଙ୍କୁ ଦଳୀୟ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣେଇବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ
ଅନୁଷ୍ଠିତ ବୈଠକରେ ମଣ୍ଡଳ ସଭାପତି ବସନ୍ତ ନାଗ ଓ ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରସାଦ ପ୍ରଧାନୀ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଦଳୀୟ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଗରୁଡ଼ ଧ୍ୱଜ ମାଝୀ, ଗଣେଶ ନନ୍ଦ, ସମ୍ପାଦକ ମନୋଜ ନାଏକ, ସୁଧୀର ପାତ୍ର, ଗୋପାଳ ଅଗ୍ରୱାଲ, ପ୍ରମୋଦ ପ୍ରଧାନୀ, ଧର୍ମାନନ୍ଦ ନେଗି, ଦୈତାରି ବାରିକ, ଭାବଗ୍ରାହୀ ପାଣିଗ୍ରାହୀ, ମୁକୁନ୍ଦ ପଟ୍ଟନାୟକ, ନବୀନ ପ୍ରଧାନୀ, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ଶାରଳା ପ୍ରଧାନୀ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
ବିଜେପି ନବ ନିର୍ବାଚିତ ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
Next Post