ବୌଦ୍ଧ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

0 83

ବୌଦ୍ଧ,୦୪/୦୧:- ବୌଦ୍ଧ ମହୋତ୍ସବ ହେଉଛି ଲୋକକଳା ସଂସ୍କୃତି,ଐତିହ ମଂଚ , ଏହି ମଂଚ ମାଧ୍ୟମରେ ଲୁକାୟିତ କଳାର ପରିପ୍ରକାଶ ହୋଇଥାଏ ବୋଲି କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ପ୍ରକାଶ କରିଥିଲେ । ବୌଦ୍ଧଜିଲ୍ଲାର ୩୧ତମ ସ୍ୱନକ୍ଷତ୍ର ଦିବସ ଅବସରରେ ବୌଦ୍ଧଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବୌଦ୍ଧ ସହରସ୍ଥିତ କଚେରୀ ପଡିଆଠାରେ ଆୟୋଜିତ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାମାଳ ବିଧାୟକ ଶ୍ରୀଡାଙ୍ଗ ପ୍ରକାଶ କରିଥିଲେ । ଜଳସେଚନର ବିକାଶ ପାଇଁ ସାଡେଙ୍ଗ ଓ ଗୁରୁଜୀମୁଣ୍ଡା ଡେମ ନିର୍ମାଣ ହୋଇପାରିଲେ ଚାଷୀଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ହୋଇପାରିବ ବୋଲି ଶ୍ରୀଡାଙ୍ଗ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ନିଜ ବକ୍ତବ୍ୟରେ ପୂର୍ବ ସରକାରଙ୍କ ବିଫଳତା କୁ ନେଇ ପ୍ରକାଶ କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥିଭାବେ ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ଜିଲ୍ଲା ଗଠନରେ ଯେଉଁ ମାନଙ୍କର ଭୂମିକା ରହିଥିଲା ସେମାନଙ୍କୁ ମନେପକାଇ ଥିଲେ । ଦ୍ୱିତିୟ ସନ୍ଧ୍ୟାରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଡେପୁଟି  କଲେକ୍ଟର ଶୁଚିସ୍ମିତା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗିତ ପରିବେଷଣ କରିଥିଲେ । ମଂଚକୁ ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ହାଡିବନ୍ଧୁ ମହାଖୁଡ, ଶିକ୍ଷକପ୍ରମୋଦ କୁମାର ପ୍ରଧାନ ପରିଚାଳନା କରିଥିଲେ  ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅମୃତ ସାଗର ପଣ୍ଡା ଏବଂ ସ୍ଥାନୀୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଭାକାର୍ଯ୍ୟ ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ବରୁ ଆଇ ସ୍କୁଲ,ଜବାହର ନବୋଦୟ ବିଦ୍ୟାଳୟ,ବାଉଁଶୁଣୀ ସାଂସ୍କୃତିକ ପରିଷଦ,ମୟୁରୀ ଅନୁଷ୍ଠାନ ଖଟଖଟିଆ,କାମାଳ ବ୍ଲକ କଳା ସଂସ୍କୃତି ସଂଘ ଓ ଶ୍ରୀରାମ କାର୍ଟୁନ କମେଡି ଦଳ ପକ୍ଷରୁ ଓ ସଭାକାର୍ଯ୍ୟ ପରେ ଉଡାନ ଆର୍ଟ ଏକାଡେମୀ,ରୁଦ୍ରଭୈରବୀ କ୍ଲବ,ଆଦିବାସୀ ସିଂହାନୃତ୍ୟ,ନୂଆଁ ଗାଁ ଫେଟ ଫାଇଟର ମାଲଖମ୍ବ ଦଳ,ଧରମ ପୁତ୍ର କଳା ମ,ମୟୁର  ସୁନ୍ଦରଗଡ,ଦୁରୁଆ ଆଦିବାସୀ ଦଳ ଆଦିଙ୍କ ଆକର୍ଷଣୀୟ କାର୍ଯ୍ୟକ୍ରମରେ ଶିତୁଆ ରାତିରେ ବି ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ଭିଡ ଜମାଇଥିଲେ

Leave A Reply

Your email address will not be published.