କୋରାପୁଟ:27/12/24
କୋରାପୁଟ ଜ଼ିଲ୍ଲା ଭଳି ଏକ ଆଦିବାସୀ ପଛୁଆ ଜ଼ିଲ୍ଲାର ଝିଅ ରାଜସ୍ଥାନ ର ଜୟପୁର ରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟ ରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି ସଫଳ ହୋଇଛନ୍ତି l ଯାହା କୋରାପୁଟ ଜ଼ିଲ୍ଲା ପାଇଁ ଗର୍ବ ଓ ଗୌରବ ର ବିଷୟ l ଆଗକୁ ହେବାକୁ ଥିବା ଅନ୍ତର୍ଜାତୀୟ ବିୟୁଟି କଣ୍ଟେଷ୍ଟ ରେ ଭାରତ ପାଇଁ ସେ ପ୍ରତିନିଧିତ୍ୱ କରିବେ l ଦାମନଯୋଡି ର ଅର୍ଧେନ୍ଦୁ କୁମାର ପାତ୍ର ଓ ଶ୍ରୀଦେବୀ ଙ୍କ କନ୍ୟା ଅନୁଶ୍ରୀ ଛୋଟ ବେଳୁ ମଡେଲିଙ୍ଗ ରେ ରୁଚି ରଖିଥିଲେ l ପାଠ ପଢା ସହିତ ମଡେଲିଙ୍ଗ ରେ ରୁଚି ରଖି ଆଜି ନିଜର ସ୍ୱପ୍ନ ପୂରଣ କରି ପାରିଛନ୍ତି l 2024 ରେ ମିଷ୍ଟି ରେ ସଫଳତା ପାଇବା ପରେ ଏବେ ଜାତୀୟ ସ୍ତରରେ ମିସ ୟୁନିଭସ ଓଡିଶା ପାଇଁ ସଫଳତା ଲାଭ କରିଛନ୍ତି l ରାଜସ୍ଥାନ ଜୟପୁର ଜି ଷ୍ଟଡ଼ିଓ ରେ ଜାତୀୟ ସ୍ତରୀୟ ମିଷ୍ଟି ୟୁନିଭସ ହୋଇଥିଲା l ଏଥିରେ କୋଡିଏ ରୁ ଉର୍ଦ୍ଧ ରାଜ୍ୟ ର ବିୟୁଟି କଣ୍ଟେଷ୍ଟ ମାନେ ଯୋଗ ଦେଇଥିଲେ l କୋଡିଏ ଜଣ ଙ୍କ ଭିତରୁ ଅନ୍ତର୍ଜାତୀୟ ସ୍ତରକୁ ଚାରି ଜଣ ମନୋନୀତ ହୋଇଛନ୍ତି l ସେଥି ମଧ୍ୟରୁ ଓଡ଼ିଶା ରୁ ଅନୁଶ୍ରୀ ରହିଛନ୍ତି l ଆଗକୁ ଅନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା ମିଷ୍ଟି ୟୁନିଭସ ରେ ଭାରତ ପାଇଁ ସେ ପ୍ରତିନିଧିତ୍ୱ କରିବେ l ଅନୁଶ୍ରୀ ଙ୍କ ସଫଳତା କୁ ନେଇ ତାଙ୍କ ପରିବାର ସାଙ୍ଗସାଥି ଙ୍କ ସମେତ କୋରାପୁଟ ବାସିନ୍ଦା ଗର୍ବ ଅନୁଭବ କରିଛନ୍ତି l କୋରାପୁଟ ଭଳି ଏକ ଆଦିବାସୀ ବହୁଳ ପଛୁଆ ଜ଼ିଲ୍ଲାରୁ ଯାଇ ଭାରତ ପାଇଁ ପ୍ରନିଧିତ୍ୱ କରିବା କୁ ନେଇ କୋରାପୁଟ ବାସିନ୍ଦା ବେଶ ପ୍ରଶଂସା କରିଛନ୍ତି l ରାଜସ୍ଥାନ ଜୟପୁର ରୁ ସଫଳତା ନେଇ ଘରକୁ ଫେରିବା ପରେ ପରିବାର ଓ ସାଙ୍ଗ ସାଥି ମାନେ ତାଙ୍କୁ ବନ୍ଦାପନା ଫୁଲତୋଡ଼ା ଓ ମିଠା ଖୁଆଇ ସ୍ୱାଗତ କରିଥିଲେ l ଝିଅ ର ଏଇ ସଫଳତା କୁ ନେଇ ତାଙ୍କ ବାପା ମା ବେଶ ଗର୍ବ କରିଛନ୍ତି l ତାଙ୍କ ଝିଅ ଭାରତ ପାଇଁ ପ୍ରତିନଧିତ୍ୱ କରିବ l ଇଚ୍ଛା ଶକ୍ତି ଥିଲେ ଜଣେ ଆଗକୁ ଯାଇ ପାରିବ ପଛୁଆ ଜ଼ିଲ୍ଲା ହେଲେ ମଧ୍ୟ ନିଜର ଆତ୍ମା ବିଶ୍ୱାସ ଉପରେ ସର୍ବଦା ବିଶ୍ୱାସ ରଖି ଆଗକୁ ଗଲେ ଦିନେ ନା ଦିନେ ସଫଳତା ମିଳିବ ବୋଲି ଅନୁଶ୍ରୀ କହିଛନ୍ତି l