ଉଦୟ ଅନନ୍ତ ଏମ୍‌ସିଏଲ୍‌ର ନୂଆ ଅଧ୍ୟକ୍ଷ

Uday Anant is the new chairman of MCL

0 202

ସମ୍ବଲପୁର: ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଉଦୟ ଅନନ୍ତ କାଓଲେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ବଲପୁର ବୁର୍ଲା (ଜାଗୃତି ବିହାର) ସ୍ଥିତ ଏମ୍‌ସିଏଲ୍‌ ମୁଖ୍ୟାଳୟରେ କାଓଲେ ପହଞ୍ଚିବା ପରେ କମ୍ପାନୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ଉଦୟଙ୍କୁ ସ୍ୱାଗତ କରିଥିଲେ। ଏପରିକି କମ୍ପାନୀର ସୁରକ୍ଷା ସେବା ଦ୍ୱାରା ଉଦୟଙ୍କୁ ଆନୁଷ୍ଠାନିକ ଗାର୍ଡ ଅପ୍‌ ଅନର ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ସେ ଧାନବାଦର ଭାରତ କୋକିଂ କୋଇଲା କମ୍ପାନୀର ନିର୍ଦ୍ଦେଶକ (ବୈଷୟିକ) ଭାବେ ନିଯୁକ୍ତ ହୋଇଥିଲେ। କୋଇଲା ଖଣି କ୍ଷେତ୍ରରେ ତାଙ୍କର ୩୬ ବର୍ଷର ବୈଷୟିକ ଓ ପ୍ରଶାସନିକ ଅଭିଜ୍ଞତା ରହିଛି। ୧୯୮୭ରେ ଉଦୟ ଜୁନିୟର ମାଇନିଂ ଇଞ୍ଜିନିୟର ଭାବେ କୋଲ ଇଣ୍ଡିଆ ଲିମିଟେଡ୍‌ରେ ଯୋଗଦେଇଥିଲେ। ୱେଷ୍ଟର୍ନ କୋଲଫିଲ୍ଡି ଲିମିଟେଡ୍‌ ସମେତ ଏସ୍‌ଇସିଏଲ୍‌ରେ ମଧ୍ୟ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ନାଗପୁର ବିଶ୍ୱବିଦ୍ୟାଳୟରୁ ସେ ଖଣିରେ ସ୍ନାତକୋତ୍ତର ଡିଗ୍ରୀ ଓ ପ୍ରଥମଶ୍ରେଣୀ ଖଣି ପରିଚାଳକ ଦକ୍ଷତା ପ୍ରମାଣପତ୍ର ହାସଲ କରିଛନ୍ତି।

Leave A Reply

Your email address will not be published.