ପିପିଏଫ-ଏସସିଏସସିରେ ନିବେଶ ଯୋଜନାରେ ପରିବର୍ତ୍ତନ

Changes in Investment Plan in PPF-SCSC

0 165

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଳ୍ପ ସଞ୍ଚୟ ଯୋଜନାରେ ନିବେଶ କରିଥିବା ନିବେଶକଙ୍କ ନିମନ୍ତେ ଖୁସି ଖବର । ଯଦି ଆପଣ ପିପିଏଫ, ସିନିୟର ସିଟିଜେନ ସେଭିଂ ସ୍କିମ (ଏସସିଏସସି) ସମେତ ସ୍ମଲ ସେଭିଂ ସ୍କିମମାନଙ୍କରେ ଅର୍ଥ ନିବେଶ କରିଛନ୍ତି ତେବେ ସରକାରଙ୍କ ପକ୍ଷରୁ ନିୟମରେ ବଡ଼ ରିହାତି ଦିଆଯାଇଛି । ନୂଆ ମାନଦଣ୍ଡ ଅନୁସାରେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ଆକାଉଣ୍ଟ ଖୋଲିବା ଲାଗି ୩ ମାସ ସମୟ ମିଳୁଥିଲା ଏବେ ଏହି ଯୋଜନାରେ ମାସକ ମଧ୍ୟରେ ଆକାଉଣ୍ଟ ଖୋଲା ଯାଇ ପାରିବ । ସରକାରୀ ନୋଟିଫିକେସନ ଅନୁସାରେ କୌଣସି ବ୍ୟକ୍ତିଙ୍କ ଅବସର ଦିନଠାରୁ ୩ ମାସ ମଧ୍ୟରେ ସିନିୟର ସିଟିଜେନ ସେଭିଂ ସ୍କିମରେ ନିଜର ଆକାଉଣ୍ଟ ଖୋଲି ପାରନ୍ତି । ସରକାରଙ୍କ ପକ୍ଷରୁ ଏହି ନୋଟିଫିକେସନ ନଭେମ୍ବର ୯ ତାରିଖରେ ଜାରି ହୋଇଛି । ଏଥିରେ ଖାତା ବନ୍ଦ କରିବାର ନିୟମ ମଧ୍ୟ ବଦଳିଛି । ଅଧିସୂଚନାରେ କୁହାଯାଇଛି ମାଚ୍ୟୋରେଟି ତାରିଖ ଅଥବା ଏକ୍ସିଡେଣ୍ଟ ମାଚ୍ୟୋରିଟି ତାରିଖରେ ଯୋଜନା ନିମନ୍ତ ଧାର୍ଯ୍ୟ ଦରରେ ସୁଧ ମିଳିବ । ସେହିପରି ସାର୍ବଜନିକ ଭବିଷ୍ୟନିଧି ମାମଲାରେ ସମୟ ପୂର୍ବରୁ ଆକାଉଣ୍ଟ ବନ୍ଦ କରିବା ସମ୍ପର୍କରେ ମଧ୍ୟ କିଛି ପରିବତ୍ତନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୯ ପ୍ରକାରର ସେଭିଂ ସ୍କିମ ଚଳାଯାଉଛି । ଏଥିରେ ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ), ସୁକନ୍ୟା ସମୃଦ୍ଧି ଯୋଜନା (ଏସଏସୱାଇ), ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ, ରେକରିଂ ଡିପୋଜିଟ, କିସାନ ବିକାଶ ପତ୍ର, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍‌ ଓ ସିନିୟର ସିଟିଜେନ ସେଭିଂ ସ୍କିମ ଆଦି ସାମିଲ ରହିଛି । ଏହି ସମସ୍ତ ଯୋଜନାରେ ସରକାରଙ୍କ ପକ୍ଷରୁ ଉଚ୍ଚ ହାରର ସୁଧ ମିଳିଥାଏ । ଏହା ଛଡା ଏହି ଯୋଜନା ମାନଙ୍କରେ ତ୍ରୈମାସିକ ଆଧାରରେ ପରିବର୍ତ୍ତନ କରାଯାଏ ।

Leave A Reply

Your email address will not be published.