ଜନନାୟକଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

0 184

ଭୁବନେଶ୍ୱର, ୧୬ା୧୦(ଡିକେ ନ୍ୟୁଜ): ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା ସାଢେ଼ ·ରି କୋଟି ଓଡ଼ିଆଙ୍କ ହୃଦୟର ସମ୍ରାଟ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆଜି ନବୀନ ୭୬ ବର୍ଷ ପୂରଣ କରି ୭୭ ବର୍ଷର ପାଦ ଦେଇଛନ୍ତି । ସାଦାସିଧା ଜୀବନଯାପନରେ ବିଶ୍ୱାସ କରୁଥିବା ନବୀନଙ୍କ ପାଇଁ ଆଜି କେବଳ ଆଉ ଏକ ସାଧାରଣ ଦିନଟିଏ ହୋଇଥିବା ବେଳେ ତାଙ୍କ ପାଇଁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ । ନବୀନଙ୍କ ଜନ୍ମଦିନକୁ ବିଜୁ ଜନତା ଦଳର କର୍ମୀ ଓ ନେତାମାନେ ସେବାର ଦିନ ଭାବେ ପାଳନ କରୁଛନ୍ତି । ସାରା ରାଜ୍ୟରେ ବ୍ୟାପକ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ୧୦ ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି ଦଳ । ବ୍ୟାପକ ବୃକ୍ଷରୋପଣ ବି କରାଯାଉଛି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯାଜପୁରରେ ଜିଲ୍ଲା ବାଳାଶ୍ରମ ପଡ଼ିଆ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ପ୍ରତିମୂର୍ତ୍ତି ଲଗାଯାଇଛି । ଏହି ଅବସରରେ ଆୟୋଜନ ହୋଇଛି ବ୍ୟାପକ କାର୍ଯ୍ୟକ୍ରମ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଇଁ କୋଣ ଅନୂକୋଣରେ ଜନସାଧାରଣ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ନବୀନଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଆଜି ଭୋରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିତ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା, ବିମଳା ମନ୍ଦିର ଓ ପାଶ୍ୱର୍ଦେ ବଦେବୀ ମନ୍ଦିର ଦର୍ଶନ କରିଥିଲେ କରି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ । ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ନିରାମୟ ଜୀବନ କାମନା କରି ବିଜୁ ଜନତା ଦଳର କର୍ମୀ ଏବଂ ସାଧାରଣ ଜନତା ଦୀପଦାନ ମଧ୍ୟ କରିଥିଲେ । ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ପାଇଁ ସୋସିଆଲ ମିଡିଆରେ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ । ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନବୀନ୍ରୁ ଫୋନ୍‌ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦଙ୍କ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ଏଥି ସହିତ ନୂଆ ଓଡ଼ିଶାର ରୂପକାର, କଳା ସଂସ୍କୃତି ଓ ଐତିହ୍ୟର ରକ୍ଷକ ସମସ୍ତଙ୍କ ପ୍ରିୟ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ଉଲ୍ଲେଖ କରି ଟ୍ୱିଟ୍‌ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ରାଜ୍ୟସଭା ସାଂସଦ ମାନସ ସଙ୍ଗରାଜ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ବରିଷ୍ଠ ନେତା ନୁହନ୍ତି ସେ ଜଣେ ଅନୁଷ୍ଠାନ । ସାଢେ଼ ୪କୋଟି ଓଡ଼ିଆଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଯାହାଙ୍କ କାମ ଏବେ ଦେଶ ତଥା ବିଶ୍ୱରେ ତାଙ୍କୁ ସ୍ୱତନ୍ତ୍ର କରି ଠିଆ କରିଛି ବୋଲି ସସ୍ମିତ ଉଲ୍ଲେଖ କରିଛନ୍ତି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତାଙ୍କ ଦୃଢ଼ ନେତୃତ୍ୱ ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ସଙ୍କଳ୍ପବଦ୍ଧ ଉଦ୍ୟମ ପାଇଁ ପ୍ରେରଣା ଯୋଗାଉଛି ବୋଲି କହିଛନ୍ତି । ପ୍ରତାପ ଜେନା ମଧ୍ୟ ନବୀନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଦୀର୍ଘ ଜୀବନ ସହ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟ ଟ୍ୱିଟ୍‌ କରି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ପ୍ରହ୍ଲାଦ ଯୋଶୀ ଏବଂ ଦିଲ୍ଲୀପ ରାୟ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.