ଗୁଣି ସନ୍ଦେହରେ ଆକ୍ରମଣ : ୧୮ ଗିରଫ

186

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡ଼ା ଶାସନ ଗ୍ରାମରେ ଗୁଣି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ଆକ୍ରମଣ ଘଟଣାରେ ପୋଲସରା ପୋଲିସ ୧୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ଟୁଲୁ ନାହକ, କାହ୍ନା ନାହକ, କଙ୍କଡ଼ା ନାହକ, ଅମିତ ନାହକ, ଅରୁଣ ନାହକ, ନିକୁଞ୍ଜ ନାହକ, ବଡ କାଳିଆ ନାହକ, ରଞ୍ଜନ ନାହକ, ଦିପୁ ନାହକ, ଦାଶ ନାହକ, ଭାସ ନାହକ, ଗୋରା ନାହକ, ଦାସ ନାହକ, ସଞ୍ଜୁ ନାହକ, ଟୁକୁନା ନାହକ, ବାସୁ ନାହକ, ରଞ୍ଜିତ ନାହକ ଏବଂ ହାଡ଼ିଆ ନାହକ । ଏନେଇ କେସ୍ ନଂ ୨୪୬/୨୧ ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

Comments are closed.