ଭୋଟଗ୍ରହଣ କେନ୍ଦ୍ରକୁ ଯିବା ଲାଗି କୋଭିଡ ନେଗେଟିଭ ରିପୋର୍ଟ ଅନିବାର୍ଯ୍ୟ

0 179

ନୂଆଦିଲ୍ଲୀ, ୨୮ ।୪: ଆସନ୍ତା ମେ ୨ ତାରିଖରେ ବିଧାନସଭା ନିର୍ବାଚନର ଭୋଟ ଗଣନା ହେବ । ତେବେ ତା ପୂର୍ବରୁ ନିର୍ବାଚନ ଆୟୋଗ କରୋନାକୁ ନେଇ କଡ଼ା ସତର୍କତା ଅବଲମ୍ୱନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହି ଅନୁସାରେ ଭୋଟ ଗଣନା କେନ୍ଦ୍ରକୁ ପ୍ରବେଶ ଲାଗି କେବ କରୋନା ନେଗେଟିଭ ରିପୋର୍ଟ ଅଥବା ଟିକାକରଣ କରାଇଥିବା ଲୋକଙ୍କୁ ଅନୁମତି ମିଳିବ ବୋଲି କହିଛନ୍ତି । ସେହିପରି ଆୟୋଗ ଗୋଟିଏ ସ୍ଥାନରେ ଅନେକ ଲୋକଙ୍କୁ ଠୁଳ କରିବା ସପକ୍ଷରେ ମଧ୍ୟ ନାହାନ୍ତି । ଏଣୁ ଭୋଟ ଗଣନା କେନ୍ଦ୍ରରେ ପ୍ରାର୍ଥୀ ଅଥବା ସେମାନଙ୍କ ଏଜେଣ୍ଟଙ୍କ ଭିଡ ରହିବ ନାହିଁ ବୋଲି ଅନୁମାନ କରାଯାଉଛି । ମେ ୨ ତାରିଖ ଦିନ ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀ, କେରଳ ଓ ତାମିଲନାଡୁ ବିଧାନସଭା ନିର୍ବାଚନର ଭୋଟ ଗଣନା ହେବ । ଏହା ପୂର୍ବରୁ ନିର୍ବାଚନ କମିଶନ ବିଜୟ ପରେ କୌଣସି ପ୍ରାର୍ଥୀ ବିଜୟ ଶୋଭାଯାତ୍ରା କରିପାରିବେନି ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ଉଲ୍ଲେଖ ଯୋଗ୍ୟଯେ ଭାରତରେ କରୋନା ଭାଇରସ ମହାମାରୀ ଗତ ଏକ ପକ୍ଷ ହେଲା ସଂକ୍ରମିତ ହେବାରେ ଲାଗିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଭୂତପୂର୍ବ ବଢିଚାଲିଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣରେସରକାର ଓ ପ୍ରଶାସନ ବିଫଳ ହୋଇଛନ୍ତି । ପରିସ୍ଥିତି ଆୟତ ଲାଗି କେନ୍ଦ୍ର ସରକାର ସାରା ଦେଶରେ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।ଏଥିରେ ଏପର୍ଯ୍ୟନ୍ତ ୧୪ କୋଟି ଲୋକଙ୍କ ଟିକାକରଣ ହୋଇପାରିଥିବା ଜଣାପଡିଛି ।

Leave A Reply

Your email address will not be published.