ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସିଡ଼ି ରେଲିଙ୍ଗ ରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ରେ ଉପଯୁକ୍ତ ତଦନ୍ତ ସହ ନ୍ୟାୟ ଦାବିକଲେ ବିଭିନ୍ନ ସଙ୍ଗଠନ

0 3
କେନ୍ଦ୍ରାପଡ଼ା :- ଗତ05/06/2026 ରିଖ ଅପରାହ୍ନ ପ୍ରାୟ ୩ ଟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ପ୍ରଥମ ମହଲା କୁ ଯିବା ଥିବା ସିଡ଼ି ରେଲିଙ୍ଗ ରେ ଡେରାବିଶ ବ୍ଲକ ରାଏତୁଣ୍ଡି ଗାଁ ର ଶ୍ରୀଚନ୍ଦନ ଦାସ ନିଜ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିବା ଖବର ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା ପାଁଇ ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟି ଯାଇଥିଲା ! ଖବରପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପଂହଁଚି ମୃତଦେହ ଟିକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଁଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲା ! ତେବେ ଯୁବକ ଜଣକ କଣ ପାଁଇ ଏମିତି ଏକ ଚରମ ପଦକ୍ଷେପ ନେଲେ ତାହାକୁ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି ! ଆଜି ଏହି ଘଟଣା କୁ ନେଇ କେନ୍ଦ୍ରାପଡ଼ା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ଶିବପ୍ରସାଦ ଭୋଳ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ, ଜାତୀୟ କଂଗ୍ରେସ ର ଜିଲ୍ଲା ସଭାନେତ୍ରୀ ଦେବସ୍ମିତା ଶର୍ମା ଙ୍କ ନେତୃତ୍ୱ ରେ ବହୁ କଂଗ୍ରେସ କର୍ମୀ ଓ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ! ତେବେ ଯାହା ବି ହଉ ଏଭଳି ଏକ ନିନ୍ଦନୀୟ ଘଟଣାକୁ ନେଇ ସାଧାରଣ ରେ ବେଶ ଅସନ୍ତୋଷ ପ୍ରକାଶ ପାଇଛି ! ଜିଲ୍ଲାପାଳ ରଘୁରାମ ଆର ଆୟାର ଘଟଣାର ତଦନ୍ତ କରାଯାଇ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ କରାଯିଵା ସହ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି !
Leave A Reply

Your email address will not be published.