ଶ୍ରୀବଳଦେବଜୀୟୁଙ୍କ ଚନ୍ଦନ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

0 3

କେନ୍ଦ୍ରାପଡ଼ା:- କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ଚନ୍ଦନ ପୋଖରୀର ପୁନରୁଦ୍ଧାର କାର୍ଯ୍ୟକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିବା ସହ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହିତ ସେହି କାର୍ଯ୍ୟରେ ନିୟୋଜିତ ଥିବା ମିସ୍ତ୍ରୀଙ୍କୁ ପୋଖରୀର ପଙ୍କୋଦ୍ଧାର ମେସିନ(ପମ୍ପ) ସାହାର୍ଯ୍ୟରେ ହେଉଥିବା କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଆସନ୍ତା ୧୦ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ସେଠାରୁ ଆସି ରଥଦାଣ୍ଡରେ ରଥ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିବା ସହ ଅନୁଧ୍ୟାନ କରିଥିଲେ । ରଥଖଳାରେ ମହାରଣାଙ୍କ ନିକଟରୁ ରଥ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲାପାଳ ଶ୍ରୀ ଆୟରଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡ ସଭାପତି ନବକୃଷ୍ଣ ଜେନା ଓ ଟ୍ରଷ୍ଟ ବୋର୍ଡ ସେବାୟତ ସଭ୍ୟ ନୃସିଂହ ପ୍ରସାଦ ପତ୍ରୀ, ସଭ୍ୟ ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.