ବିଜେଡି ଏବେ ନିଜେ ପକାଇଥିବା ଛେପ ନିଜେ ଢୋକୁଛି

0 77

ଭୁବନେଶ୍ୱର,: ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଜେପି ନେତା ସମୀରରଞ୍ଜନ ଦାଶ । ସେ କହିଛନ୍ତି, ସୁଧାଂଶୁ ଶେଖର ପରିଡ଼ାଙ୍କ ବହିଷ୍କାର ଆଦେଶ ବିଜେଡି ଲାଗି ବାଧ୍ୟବାଧ୍ୟକତା । ବିଜେଡି ଏବେ ନିଜେ ପକାଇଥିବା ଛେପ ନିଜେ ଢୋକୁଛି । ପ୍ରବଳ ଅହଙ୍କାର ପାଇଁ ବିଜେଡିର ବିପର୍ଯ୍ୟୟ ଘଟିଛି ।ସେମାନେ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ସମସ୍ତେ ଦଳକୁ ଫେରୁଛନ୍ତି । ଏଭଳି କଲେ ବି ଦଳର କିଛି ଲାଭ ହେବ ନାହିଁ । ଆଉ ବିଜେଡିକୁ ଲୋକେ ଗ୍ରହଣ କରିବେ ନାହିଁ । ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଜେପି ନେତା ସମୀରରଞ୍ଜନ ଦାଶ କହିଛନ୍ତି, ସୁଧାଂଶୁ ଶେଖର ପରିଡ଼ାଙ୍କ ବହିଷ୍କାର ଆଦେଶ ବିଜେଡି ଲାଗି ବାଧ୍ୟବାଧ୍ୟକତା । ବିଜେଡି ଏବେ ନିଜେ ପକାଇଥିବା ଛେପ ନିଜେ ଢୋକୁଛି । ପ୍ରବଳ ଅହଙ୍କାର ପାଇଁ ବିଜେଡିର ବିପର୍ଯ୍ୟୟ ଘଟିଛି । ସେମାନେ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ସମସ୍ତେ ଦଳକୁ ଫେରୁଛନ୍ତି । ଏଭଳି କଲେ ବି ଦଳର କିଛି ଲାଭ ହେବ ନାହିଁ । ଆଉ ବିଜେଡିକୁ ଲୋକେ ଗ୍ରହଣ କରିବେ ନାହିଁ । ସୂଚନାଯୋଗ୍ୟ, ତତକାଳୀନ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ସମ୍ପର୍କରେ କୁହାଯାଇଥିଲା ସେ ନିଗମାନନ୍ଦ ଆସୋସିଏଟ୍ସ୍ର ମ୍ୟାନେଜିଂ ପାର୍ଟନର୍ ଥିଲା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବ୍ସିଡିକୁ ହଡ଼ପ କରିଥିଲେ, ଯାହାର ପରିମାଣ ୩ କୋଟି ଟଙ୍କାରୁ ଅଧିକ । ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ହୋଇଥିବା ଏହି କାରବାର ହୋଇଥିଲା । ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଭିଜିଲାନ୍ସ ଏହି ମାମଲାର ତଦନ୍ତ କରୁଛି । ବିଜେଡି ଏହାକୁ \”ଜନବିରୋଧୀ କାର୍ଯ୍ୟକଳାପ\’ ବୋଲି କହି, ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ ।

Leave A Reply

Your email address will not be published.