ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜୁନିଅର କମିଶନ ଅଫିସରଙ୍କ ମୃତ୍ୟୁ

0 206

ରଜେରୀ: ରବିବାର ସକାଳେ ଜମ୍ମୁ ଡିଭିଜନର ରଜେରୀ ଜିଲ୍ଲାର ନୋଶେରା ସେକ୍ଟରରେ ପାକିସ୍ତାନୀ ସେନାର ଗୁଳିରେ ଜଣେ ଜୁନିଅର କମିଶନ ଅଫିସର (ଜେସିଓ)ଙ୍କ ମୃତ୍ୟୁ ଘଟିଛି । ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ରବିବାର ସକାଳେ ରଜେରୀର ନୋଶେରା ସେକ୍ଟରରେ ଥିବା ଲୋସି ନିକଟ କାଲସିଆନ୍, ଖାନଗର୍ ଏବଂ ଭବାନୀ ଅଞ୍ଚଳରେ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିଥିଲାୟ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିବ ଦ୍ୱାରା ନିୟନ୍ତ୍ରଣ ରେଖାରେ ଥିବା ଜଣେ ଜେସିଓଙ୍କ ମୃତ୍ୟୁ ଘଟିଛି । କାଲସିୟାନ ସେକ୍ଟରରେ ପାକ୍ ଗୁଳିରେ ଜେସିଓ ଆହତ ହେବା ପରେ ତାଙ୍କୁ ତୁରନ୍ତ ସେନା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଅଧିକାରୀ କହିଛନ୍ତି । ଗତ ବର୍ଷ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ଏହାର ବିରୋଧ କରି ଆକ୍ରାମଣ ପାଇଁ ଆତଙ୍କବାଦୀଙ୍କୁ ଭାରତ ପଠାଇ ·ଲିଛି । ଏହି ଗୋଟେ ବର୍ଷ ମଧ୍ୟରେ ଅନେକ ଆକ୍ରମଣର ଉଦ୍ୟମ ଆତଙ୍କବାଦୀମାନେ କରିଥିବା ବେଳେ ଏହାକୁ ପଣ୍ଡ କରିବାରେ ସଫଳ ହୋଇଛି ଭାରତୀୟ ସେନାୟ ତେବେ ଏ ନେଇ ଅନେକ ବାନ ସହିଦ ମଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.