ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଯାପିତ,ଦଳକୁ କ୍ରିୟାଶୀଳ କରିବାକୁ ପ୍ରଶିକ୍ଷାର୍ଥୀଙ୍କୁ ଗୁରୁ ମନ୍ତ୍ର

0 2

ନୟାଗଡ଼:-ନୟାଗଡ଼ ଜିଲା ସିଧାମୂଳା ନେଚର କ୍ୟାମ୍ପ୍ ପରିସରରେ ନୟାଗଡ଼ ଜିଲ୍ଲାସ୍ତରୀୟ ୨ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଯୋଗଦେଇ ଦଳର ମୂଳ ବିଚାରଧାରା, ସାଂଗଠନିକ ସୁଦୃଢ଼ତା ଏବଂ ରାଷ୍ଟ୍ର ଗଠନରେ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଆଦି ବିଷୟରେ ଆଲୋକପାତ କରିଥିଲେ। । ଏଥି ସହ ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ ଜନସେବାରେ ସମର୍ପିତ ହେବାକୁ ଆହ୍ବାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ,ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ,ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା,ନୟାଗଡ଼ ଜିଲ୍ଲା ପ୍ରଭାରି ସୁରଥ ବିଶ୍ୱାଳ,ରାଜ୍ୟ ସମ୍ପାଦକ ଯତିନ ମହାନ୍ତି, ପୂର୍ବତନ ସାଂସଦ ତ‌ଥା ନୟାଗଡ଼ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ,ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥାବହୁ ପଦାଧିକାରୀଙ୍କ ସମେତ ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କାର୍ଯ୍ୟକର୍ତ୍ତା ମାନଙ୍କ ଦକ୍ଷତା ବୃଦ୍ଧି ଏବଂ ସାଙ୍ଗଠନିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକ କିପରି ହିତାଧିକାରୀଙ୍କ ନିକଟରେ ଠିକ ଭାବେ ପହଞ୍ଚାଯାଇପାରିବ ସେ ନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଆଗାମୀ ଦିନରେ ଜିଲ୍ଲାରେ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶିକ୍ଷାର୍ଥୀମାନଙ୍କୁ ଗୁରୁ ମନ୍ତ୍ର ଦିଆଯାଇଥିଲା।

Leave A Reply

Your email address will not be published.