୭୬ତମ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଚାରା ରୋପଣ କାର୍ଯ୍ୟକ୍ରମ

0 103

ଆଠମଲ୍ଲିକ, ; ଆଠମଲ୍ଲିକ ବନବିଭାଗ ଜୁଲାଇ ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରୁଥିବା ଅବସରରେ ଶୁକ୍ରବାର ଆଠମଲ୍ଲିକ ବନଖଣ୍ଡ ଅଧିନସ୍ଥ ଖମେଶ୍ୱରପାଲି ଗ୍ରାମ ନିକଟସ୍ଥ ତଲେଇପଥର ସରଂକ୍ଷିତ ଜଙ୍ଗଲ ୧୯ ନମ୍ବର କମ୍ପାର୍ଟମେଣ୍ଟ ଠାରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଓ ପ୍ରଥମେ ଚାରା ରୋପଣ ଆରମ୍ଭ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥିଭାବେ ସବଜଜ ଲିଙ୍କିପ୍ରିୟା ସାହୁ,ଏସଡିଜେଏମ ସିଙ୍କୁନ ରାୟ, ଆଠମଲ୍ଲିକ ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ବରିଷ୍ଠ ଆଇନଜୀବୀ ବାମନ କୁମାର ମିଶ୍ର, କ୍ରିମିନାଲ ବାର ସମ୍ପାଦକ ସୁଧାଂଶୁ ଶେଖର ବେହେରା, ଉପସଭାପତି ପ୍ରାଣବନ୍ଧୁ ମେଣ୍ଡୁଳି ଯୋଗଦେଇ ବିଭିନ୍ନ ଚାରା ଯଥା ବର,ଓସ୍ତ,ଫାଶୀ,ଶିଶୁ,ଓଉ,ପଣସ, ପିଆଶାଳ,ଆମ୍ବ,ଅଁଳା, କରମଙ୍ଗା ଓ କାଞ୍ଚନ ଇତ୍ୟାଦି ଚାରା ରୋପଣ କରିଥିଲେ l କାର୍ଯ୍ୟକ୍ରମ କୁ ଆଠମଲ୍ଲିକ ବନାଞ୍ଚଳ ଅଧିକାରୀ ସୁନୀଲ କୁମାର ସାହୁ, ବନପାଳ ସୁବ୍ରତ କୁମାର ଶତପଥି,ବନବିଭାଗ ସଂଯୋଜକ ଦେବାନନ୍ଦ ନାୟକ ଓ ବନବିଭାଗ କର୍ମଚାରୀ ମାନେ ପରିଚାଳନା କରିଥିଲେ l ଏହି କାଯ୍ୟକ୍ରମ ରେ ଶୁକ୍ରବାର ୬୦୦ ଚାରା ରୋପଣ କରାଯାଇଥିଲା ଓ  ତଲେଇପଥର ସରଂକ୍ଷିତ ଜଙ୍ଗଲ ୧୯ ନମ୍ବର କମ୍ପାର୍ଟମେଣ୍ଟ ଅଞ୍ଚଳ ରେ ଆସନ୍ତା ଦିନରେ ୨୦ ହଜାର ଚାରା ରୋପଣ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ କହିଛନ୍ତି l

Leave A Reply

Your email address will not be published.