ଭୁବନେଶ୍ୱର, ୯ା୧୦(ଡିକେ ନ୍ୟୁଜ): ସରକାର ଓ ଅଧିକାରୀ ନୁହନ୍ତି; ରାଜ୍ୟର ଲୋକଙ୍କ ମତ ଓ ଉପଲବ୍ଧି ଆଧାରରେ ·ଲିବ ସରକାର । “ମୋ ସରକାର’ ଓ “୫-ଟି’ ଉପକ୍ରମ ଏହାର କାର୍ଯ୍ୟାନ୍ୱୟନ କରିବ । ଏଥିପାଇଁ ପ୍ରସ୍ତୁତ ହୋଇଛି କାର୍ଯ୍ୟଯୋଜନା । ରାଜ୍ୟର ସମସ୍ତ ୬୭୯୩ ପଞ୍ଚାୟତରୁ ସରକାରୀ ଯୋଜନା, କାର୍ଯ୍ୟକ୍ରମ
ସଂକ୍ରାନ୍ତରେ ସାଧାରଣ ଲୋକଙ୍କ ଉପଲବ୍ଧି, ସେମାନଙ୍କ ଜୀବନରେ ଆଣିଥିବା ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ସଂଗ୍ରହ ନିମନ୍ତେ ଆରମ୍ଭ ହୋଇଛି ପ୍ରକ୍ରିୟା । ଯୋଜନାର ପ୍ରତ୍ୟକ୍ଷ ଅନୁଶୀଳନ ନିମନ୍ତେ ଗଭର୍ଣ୍ଣାନ୍ସ ଆଟଲାସ ପ୍ରସ୍ତୁତି କାର୍ଯ୍ୟ ·ଲିଛି । ଏହି ଧରଣର କାର୍ଯ୍ୟ କରାଯିବାରେ ଓଡ଼ିଶା ସାରା ଦେଶରେ ଏକମାତ୍ର ଓ ପ୍ରଥମ ରାଜ୍ୟରେ ପରିଣତ ହୋଇଛି । ପ୍ରଶାସନକୁ ଅଧିକରୁ ଅଧିକ ଲୋକାଭିମୁଖୀ ହେବା ଦିଗରେ ଅଗ୍ରସର ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲେ । ମାତ୍ର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ଢେର ଆଗରେ ରହିଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ହାରାହାରି ୨୨% ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଥିବାବେଳେ ଓଡ଼ିଶା ସରକାର ଏହାକୁ କ୍ୟାବିନେଟ୍ରେ ଗୃହୀତ କରିଛନ୍ତି ଏବଂ ୩ ବର୍ଷ ମଧ୍ୟରେ ୬୬%ରୁ ଊର୍ଦ୍ଧ୍ୱ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଯୋଜନା ଦ୍ୱାରା ସାଧାରଣ ହିତାଧିକାରୀଟିଏ କିଭଳି ଲାଭାନ୍ୱିତ ହେଉଛି; ଏହାଦ୍ୱାରା ତା’ର ସାମାଜିକ, ଅର୍ଥନୈତିକ ଦିଗରେ କି ପରିବର୍ତ୍ତନ ଆସିପାରୁଛି ତାହାର ଅନୁଧ୍ୟାନ ଆରମ୍ଭ ହୋଇଛି । ବହୁଳ ପ୍ରଚଳିତ “ମୋ ସରକାର’ ଏହି ବ୍ୟବସ୍ଥାର ଅଂଶସ୍ୱରୂପ ମାତ୍ର । ହିତାଧିକାରୀଙ୍କ ଠାରୁ ସିଧାସଳଖ ମତାମତ ସଂଗ୍ରହ କରି ପରବର୍ତ୍ତୀ ସମୟରେ ତାହାକୁ ସେମାନଙ୍କ ଉନ୍ନତି ପାଇଁ ବ୍ୟବହାର କରିବା ପାଇଁ କାର୍ଯ୍ୟ କରୁଥିବା ବ୍ୟବସ୍ଥିତ ଢାଞ୍ଚାକୁ ପଭର୍ଟି ଆଣ୍ଡ ହ୍ୟୁମାନ ଡେଭଲପମେଣ୍ଟ ମନିଟରିଂ ଏଜେନ୍ସିଂ(ପିଏଚ୍ଡିଏମ୍ଏ) ଅନୁଧ୍ୟାନ କରୁଛି । ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ପିଏଚ୍ଡିଏମ୍ଏର ସାମଗ୍ରିକ କାର୍ଯ୍ୟପ୍ରଣାଳୀକୁ ନିରନ୍ତର ନିରୀକ୍ଷଣ କରୁଛି । ହିତାଧିକାରୀଙ୍କ ଠାରୁ ସାଂସ୍କୃତିକ ଢଙ୍ଗରେ ପ୍ରାସଙ୍ଗିକ ପ୍ରତିବିମ୍ବକୁ ପ୍ରୋତ୍ସାହିତ କରିବା
ପାଇଁ ଦୃଶ୍ୟାତ୍ମକ ନୃବିଜ୍ଞାନ ଛବିଗୁଡ଼ିକ ଉପଯୋଗୀ ହୋଇଥାଏ । ଦୃଶ୍ୟାତ୍ମକ ନୃବିଜ୍ଞାନର ଶେଷ ଉତ୍ପାଦ ହେଉଛି କାହାଣୀ । ଯାହା ଏକ ସାଂସ୍କୃତିକ ଦୃଶ୍ୟର ବିଭିନ୍ନ ଘଟଣାକୁ ଦର୍ଶାଇଥାଏ । ଏହା ଶେଷ ଉତ୍ପାଦ ଭାବେ ସିନେମା, ଭିଡିଓ କିମ୍ବା ଫଟୋ ରୂପରେ ଦର୍ଶାଯାଇଥାଏ । ପ୍ରଶିକ୍ଷିତ ହୋଇଥିବା ମାନବ ସମ୍ବଳ ତୃଣମୂଳସ୍ତରରୁ ଏହାକୁ ନିରନ୍ତର ନିରୀକ୍ଷଣ କରୁଛି । ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ହିତାଧିକାରୀଙ୍କ ଅନୁଭୂତି ସଂଗ୍ରହ କରାଯାଉଛି । ଏହି କ୍ରମରେ ୨୦୨୩ ଗାନ୍ଧୀ ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ ସୁଦ୍ଧା ରାଜ୍ୟର ପ୍ରତି ପଞ୍ଚାୟତରେ ଗଭର୍ଣ୍ଣାସ ଆଟଲାସ୍ ବ୍ୟବସ୍ଥା ଉପଲବ୍ଧ କରାଯିବ । ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକ କିପରି କାର୍ଯ୍ୟ କରୁଛି, ଏହା ପ୍ରତ୍ୟେକ ହିତାଧିକାରୀ, ଗୋଷ୍ଠୀର ଉନ୍ନତିରେ କି ପ୍ରଭାବ ପକାଉଛି, ଏହି ବ୍ୟବସ୍ଥା ତାହାର ଗଭୀର ଅନୁଶୀଳନ କରିବ । ଆସନ୍ତା ପଞ୍ଚାୟତିରାଜ ଦିବସ(ମାର୍ଚ୍ଚ-୫) ସୁଦ୍ଧା ରାଜ୍ୟର ୪୦୦୦ ଗ୍ରାମ ପଞ୍ଚାୟତରେ ଗଭର୍ଣ୍ଣାନ୍ସ ଆଟଲାସ୍ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରଖାଯାଇଛି ଓ ବର୍ତ୍ତମାନ ସୁଦ୍ଧା ୪୦୦ ପଞ୍ଚାୟତରେ ଏହି କାର୍ଯ୍ୟ ଶେଷ ହୋଇ ସାରିଛି । ଗ୍ରାମାଞ୍ଚଳରେ ଜୀବନଜୀବିକା ଏବଂ ମାନବ ସୂଚକାଙ୍କ ନିରୀକ୍ଷଣ ହିଁ ଏହି ପ୍ରୟାସର ଉଦ୍ଦେଶ୍ୟ ବୋଲି କୁହାଯାଉଛି । ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଯୁବବର୍ଗଙ୍କୁ ପ୍ରଶିକ୍ଷିତ କରାଯାଇଛି । ପ୍ରଶିକ୍ଷଣରେ ମାନବ ଉନ୍ନତିକରଣ ସୂଚକାଙ୍କ, ଯୋଗାଯୋଗ କରିବା ପ୍ରଣାଳୀ ଏବଂ ବ୍ୟକ୍ତିଗତ ଉନ୍ନତିକୁ ପ୍ରାଧାନ୍ୟ ଦିଆଯାଇଛି । ବିଭିନ୍ନ ବର୍ଗରେ ଦୁଇ ସପ୍ତାହଧରି ୭୦୦ ଯୁବବର୍ଗଙ୍କୁ ତଥ୍ୟ ସଂଗ୍ରହ ନିମନ୍ତେ ପର୍ଯ୍ୟାୟକ୍ରମେ ତାଲିମ ଦିଆଯାଇଛି । ଏହି ପ୍ରଶିକ୍ଷିତ ଯୁବବର୍ଗ ସିଧାସଳଖ ତୃଣମୂଳସ୍ତରରୁ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଉପଲବ୍ଧି, ଖାଦ୍ୟ ସୁରକ୍ଷା ଏବଂ ସରକାରୀ ଯୋଜନାର ପ୍ରଭାବ ଅନୁଧ୍ୟାନ କରିବେ । କାଳିଆ, ମମତା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ), ଖାଦ୍ୟ ସୁରକ୍ଷା ଯୋଜନା ଜଣେ ବ୍ୟକ୍ତି ଅଥବା ଗୋଷ୍ଠୀ ଉପରେ କି ପ୍ରଭାବ ପକାଉଛି ତାହାର ଅନୁଶୀଳନ କରିବେ ଏବଂ ଗଠନଧର୍ମୀ ମତାମତକୁ ଏକତ୍ରିତ କରି ସରକାରଙ୍କ ନିକଟରେ ଉପସ୍ଥାପନ କରିବେ । ଏହା ସହିତ ସାଧାରଣ ଲୋକଙ୍କ ଜୀବନ ଧାରଣ ମାନରେ କିପରି ଉନ୍ନତି କରିହେବ ଓ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସରକାରୀ ଯୋଜନା କେତେ ଉପଯୋଗୀ ହୋଇପାରିବ ସେ ସମ୍ପର୍କରେ ମଧ୍ୟ ସ୍ଥଳବିଶେଷରେ ସାଧାରଣ ଲୋକଙ୍କୁ ଅବଗତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏକଦା ରାଜ୍ୟରେ ·ଷ କହିଲେ ସାଧାରଣତଃ ଧାନ ଫସଲକୁ ବୁଝାଉଥିଲା । ମାତ୍ର ଏହାର ବିକଳ୍ପ ଭାବେ ଉଦ୍ୟାନ କୃଷିକୁ ଦୀର୍ଘଦିନ ଧରି ଜୀବିକା କରି ମଧ୍ୟ ଆର୍ଥିକ ଓ ସାମାଜିକ ଉନ୍ନତି କରିହେବ ବୋଲି ପ୍ରମାଣିତ ହୋଇସାରିଛି । ଦେଓଗଡ଼ ଜିଲ୍ଲାର ଉଦ୍ୟାନ କୃଷକ କେଶରୀ ଦାସ ଓ ଫୁଲ ·ଷୀ ରାଜକିଶୋର ପ୍ରଧାନ, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡା ଗାଁର ସୁଭଦ୍ରା ଦାସ ଏହାର ଉଦାହରଣ ମାତ୍ର । ସରକାରୀ ଯୋଜନା ଓ ପ୍ରୋତ୍ସାହନ କେଶରୀ, ରାଜକିଶୋର ଓ ସୁଭଦ୍ରାଙ୍କ ଜୀବନରେ ଆଣିଥିବା ପରିବର୍ତ୍ତନ ଏବଂ ଆର୍ଥିକ ସ୍ୱାଚ୍ଛନ୍ଦ୍ୟକୁ ଆଧାର କରି ପିଏଚ୍ଡିଏମ୍ଏ ପ୍ରସ୍ତୁତ କରିଥିବା ପ୍ରେରଣାଦାୟୀ କାହାଣୀ ଅଧିକରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି ।
‘ମୋ ସରକାର ଓ ୫-ଟି’ ଉପକ୍ରମରେ କାର୍ଯ୍ୟାନ୍ୱୟନ ଲୋକଙ୍କ ମତ ଆଧାରରେ ସରକାର
Prev Post
Next Post