ବିଧବା ଭତ୍ତା ସାଝିଛି ସାତ ସପନ

0 231

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମ ଗୁଡା ଗ୍ରାମ ପଞ୍ଚାୟତ ବିରା ଗୁଡା ଗ୍ରାମର ଚାରି ଜଣ ଭତ୍ତା ରୁ ବଞ୍ଚିତ ହୋଇଛନ୍ତି ।ବନମାଳୀ ଯାନୀ ଙ୍କ60ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭତ୍ତା ମୁଳୁନ ଥିବାର କହିଛନ୍ତି ।ଅନେକ ଥର ବ୍ଲକ ଅଫିସ ଧାଇଁ ଧାଇଁ ଶେଷରେ ନିରାଶ ହୋଇ ଯାଇଥିଲେ ।ସେହି ପରି ତିନି ଜଣ ବିଧବା ମହିଳା ଚୁରୁକି ଯାନୀ ବୟସ ୪୦ ବର୍ଷଙ୍କ ସ୍ୱାମୀ ମୃତ୍ୟୁ ବରଣ କରି ଚାରି ବର୍ଷ ବିତିଯାଇ ଥିଲେମଧ୍ୟ ନା ମିଳିଛି ଭତ୍ତା ନା ମିଳିଛି କୁଡ଼ିଆ ହଜାର ଟଙ୍କା ।ସେହିପରି ଆଉ ଦୁଇ ଜଣ ମହିଳା ଦୁଃଖୀ ଯାନୀ ଓ ଧୋନୀ ଯାନୀ ଙ୍କର ମଧ୍ୟ ସ୍ୱାମୀ ମୃତ୍ୟୁ ବରଣ କରି ଅନେକ ଦିନ ବିତିଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଭତ୍ତା ମିଳୁନାହିଁ । କେବେ ଏହି ନିରୀହ ମହିଳା ଏବଂ ବୃଦ୍ଧ ଙ୍କ ପ୍ରତି ସରକାରଙ୍କ ନଜର ପଡିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.