ନୂଆଦିଲ୍ଲୀ, ୨୮ା୯: ମାଗଣା ରାସନ ଯୋଜନାରେ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନର ଅବଧିକୁ ସରକାର ଆଉ ୩ ମାସ ବୃଦ୍ଧି କରିଛନ୍ତି । ଆଗକୁ ପୂଜା ଉତ୍ସବକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ସେହିପରି ଭାରତୀୟ ରେଲୱେର ରୂପାନ୍ତିକରଣ ପାଇଁ ୧୦,୦୦୦ କୋଟି ଏସ୍ଓପି ବୃଦ୍ଧି କରାଯାଇଛି । ଆଜି ଏ ସମ୍ପର୍କରେ କେନ୍ଦ୍ରୀୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ଏହି ସୟାୟତା ଯୋଗାଇ ଦିଆଯାଉଛି । ଏବେ ଏହି ଯୋଜନା ଅଧିନରେ ଲାଭାର୍ଥୀଙ୍କୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସରକାର ମାଗଣା ରାସନ ଯୋଗାଇ ଦେବେ ।