ଗୁମର ଖୋଲିଲେ ଅର୍ଚ୍ଚନା ନାଗ

Archana Nag opens the door

0 79

ଭୁବନେଶ୍ୱର, ୧୨ା୭ : ଅର୍ଚ୍ଚନାଙ୍କ ଗିରଫଦାରି ପଛରେ ବଡ ଷଡଯନ୍ତ୍ର ଥିଲା । ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ବରିଷ୍ଠ ନେତାଙ୍କ ନାଁ ନେଇ ସବୁ ଗୁମର ଖୋଲିଛନ୍ତି ଅର୍ଚ୍ଚନା । ସେ କହିଛନ୍ତି ମୋ ଗିରଫଦାରୀ ପଛରେ ବିଜେଡିର ବରିଷ୍ଠ ନେତା ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନା ଥିଲେ । ସେ କହିଛନ୍ତି ତାଙ୍କ ପଛରୁ ଛୁରୀ ମାରିଥିଲେ କିଛି ଆଗ ଧାଡିର ବିଜେଡି ନେତା ଓ ବରିଷ୍ଠ ପୋଲିସ ଅଧିକାରୀ । ତାଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ପ୍ରାୟୋଜିତ ଥିଲା । ଟଙ୍କା ଦେଇ ଅଭିଯୋଗକାରିଣୀଙ୍କୁ କିଣା ଯାଇଥିଲା । ଏହାର ପ୍ରମାଣ ତାଙ୍କ ନିକଟରେ ରହିଛି । ତତକାଳୀନ ଡିସିପି ପ୍ରତୀକ ସିଂହ ଓ ଏସିପି ପ୍ରକାଶ ପାଲ, ହିମାଂଶୁ ସାହୁ, ତତକାଳୀନ ବାଲିଅନ୍ତା ଆଇଆଇସି ଅନୁପ କାନୁନଗୋ ମଧ୍ୟ ସମ୍ପୃକ୍ତ ଥିବା କହିଛନ୍ତି ଅର୍ଚ୍ଚନା ନାଗ । ଅର୍ଚ୍ଚନା କହିଛନ୍ତି ଯେ ଜେଲ୍ ପରେଡ ବାହାନାରେ ପୋଲିସ ମୋ ପାଖକୁ ଜେଲକୁ ଯାଉଥିଲେ । ମୋତେ ବିଷ ଇଞ୍ଜେକସନ ଦେଇ ହତ୍ୟା ଉଦ୍ୟମ କରିଥିଲେ । ମାତ୍ର କିଛି ଅଣ୍ଡର ଟ୍ରାଏଲ ପ୍ରିଜନରଙ୍କ ସହଯୋଗରୁ ବଞ୍ଚି ଯାଇଥିଲେ । ତାଙ୍କ ନାଁରେ ଖଣ୍ଡଗିରି ଥାନାରେ ମାମଲା ରହିଥିଲା, ତେବେ ବାଲିଅନ୍ତା ପୋଲିସ ତାଙ୍କୁ କାହିଁକି ନେଲା ବୋଲି ପ୍ରଶ୍ନ କରିଛନ୍ତି । ମୁଁ ଯେଉଁ ଅଭିଯୋଗ କରୁଛି ପ୍ରମାଣ ଆଧାରରେ କହୁଛି ବୋଲି ଅର୍ଚ୍ଚନା କହିଛନ୍ତି । ସେହିଭଳି ତାଙ୍କୁ ଜେଲରେ ନିର୍ଯାତନା ଦିଆଯାଉଥିଲା, ତାଙ୍କୁ ରାଜ୍ୟ ଛାଡି ଚାଲିଯିବାକୁ ଚାପ ପକାଯାଉଥିଲା, ଏପରିକି ପାଗଳି କରିବାକୁ କୁହାଯାଉଥିଲା । ତେବେ ଏନେଇ ବିଜେଡି ନେତା କିମ୍ବା ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ ।

Leave A Reply

Your email address will not be published.