ମାଲକାନଗିରି : ଅଲ ଇଣ୍ଡିଆ ଅନୁସୂଚିତ ଜାତି ଫେଡେରେସନ୍ ଏବଂ ଅଲ ଇଣ୍ଡିଆ ମୂଳ ନିବାସୀ ଏକତା ପରିଷଦ, ଓଡିଶା ରାଜ୍ୟ ମାଲକାନଗିରି ଜିଲ୍ଲା ୟୁନିଟ୍ ତରଫରୁ ଏକ ବୈଠକ ମାଲକାନଗିରି ପୌର ପରିଷଦର ବଣ୍ଡାବାକୁଲିଗୁଡା ଠାରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତ୍ତନ ବ୍ଲକ ସଭାପତି ସର୍ବ କୁମାର ବିଶୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ ବୈଠକରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ ସଭାପତି ଘନଶ୍ୟାମ ମାଡକାମୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଉପ ଜିଲ୍ଲାପାଳ ରଥୀକୃଷ୍ଣ ପାତ୍ର, ଆଇନଜୀବୀ ଉମା ଶଙ୍କର ନାୟକ, ବରିଷ୍ଠ ବୁଦ୍ଧିଜୀବୀ ପରିତୋଷ ଶୀଲ, ଜିଲ୍ଲା ପୂର୍ବତନ ଛାତ୍ର ସଭାପତି ସୋମେଶ ବାଘ, ତପନ ନାଥ ପ୍ରମୁଖଙ୍କ ସହ ଶତାଧିକ କର୍ମକର୍ତ୍ତା ବୈଠକରେ ଯୋଗଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।
Comments are closed.