ରାଜ୍ୟରେ ଗୋଟିଏ ଦିନରେ ୧୧୧୦୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୯୫୩୦

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ  ୧୧୧୦୮ ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୬୭୯୫୩୦     କୁ ବୃଦ୍ଧି ପାଇଛି ।  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଟ୍ୱିଟ କରି  ସୂଚନା ଦିଆ  ଯାଇଛି ।  ରାଜ୍ୟରେ ବର୍ତମାନ ସୁଦ୍ଧା  ୫୬୭୩୮୨      ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ   ସକ୍ରିୟ ୧୦୯୬୩୯  ରହିଛି । ଆଜି ଚିହ୍ନଟ ହୋଇଥିବା ୧୧୧୦୮ ଜଣଙ୍କ ମଧ୍ୟରୁ  ୬୨୧୯ ଜଣ ସଂଗରୋଧରୁ ହୋଇଥିବା ବେଳେ ୪୮୮୯   ଜଣ ସ୍ଥାନୀୟ ଲୋକ ବୋଲି  ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି ।

ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି  ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ  ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା  ଜିଲ୍ଲାରେ ସବୁଠାରୁ ଅଧିକ   ୧୪୫୧    ଜଣ  କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ  ୮୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୦୯ ଜଣ, ବରଗଡ଼ରୁ ୩୩୯ ଜଣ, ଭଦ୍ରକରୁ ୪୮୯  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ବଲାଙ୍ଗୀରରୁ ୨୯୮  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ  ଜିଲ୍ଲାରୁ ୨୭୩,  କଟକରୁ ୯୪୪  ଜଣ,  ଦେବଗଡ ଜିଲ୍ଲାରୁ ୧୨୫  ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୩୧ ଜଣ, ଗଜପତି ଜିଲ୍ଲାରୁ ୧୫୭ , ଗଞ୍ଜାମରୁ ୨୧୪   ଜଣ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୩୧୮ ଜଣ, ଯାଜପୁରରୁ ୩୯୬ ଜଣ, ଝାରସୁଗୁଡ଼ାରୁ ୧୧୩  ଜଣ, କଳାହାଣ୍ଡିରୁ ୩୯  ଜଣ, କନ୍ଧମାଳ ଜିଲ୍ଲାରୁ ୧୩୨ ଜଣ.  କେନ୍ଦ୍ରାପଡ଼ାରୁ ୧୫୦  ଜଣ, କେନ୍ଦୁଝରରୁ ୧୬୯  ଜଣ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୪୫୧  ଜଣ, କୋରାପୁଟରୁ ୨୫୧ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୧୦୦  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୬୩୫ ଜଣ, ନବରଙ୍ଗପୁରରୁ ୩୫୭ ଜଣ, ନୟାଗଡ଼ରୁ ୩୩୨ ଜଣ, ନୂଆପଡ଼ାରୁ ୧୧୪ ଜଣ, ପୁରୀରୁ ୪୭୩  ଜଣ, ରାୟଗଡ଼ାରୁ ୨୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ସମ୍ବଲପୁରରୁ ୩୮୪ ଜଣ, ସୋନପୁରରୁ ୧୮୦  ଜଣ, ସୁନ୍ଦରଗଡ଼ରୁ ୭୦୮ ଜଣ ଓ ଷ୍ଟେଟ୍ ପୁଲରୁ ୨୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।