ମଦ ପିଇ ଜଣଙ୍କୁ ହାଣିବା ପରେ ଗ୍ରାମଲୋକେ ପିଟିଲେ ମଦୁଆକୁ। ଦୁଇ ଗୁରୁତର ଆହତ ।

ବୁଗୁଡା : ବୁଗୁଡା ଥାନା ଗୋଳାବନ୍ଧ ଗ୍ରାମରେ ଚିକେନ୍ ବ୍ୟବସାୟ କରୁଥିବା ଯୁବକ ଶ୍ଵେତ ନାୟକ ଓରଫ କୁନି(୩୦) ମଦ ପିଇ ରାସ୍ତରେ ଯାଉଥିବା ମହିଳା ମାନଙ୍କୁ ଅଶ୍ଳୀଳ ବ୍ୟବହାର ଦେଖାଇବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବାରୁ ଗୋଳାବନ୍ଧ ଗ୍ରାମର ଭଗବାନ ସ୍ଵାଇଁ(୩୮) କାହିଁକି ମଦ ପିଇ ଉତ୍ପାତ ହେଉଛି ବୋଲି ପଚାରିବାରୁ ଶ୍ୱେତ ଚିକେନ୍ କାଟୁଥିବା କଟୁରି ଆଣି ଭଗବାନ ସ୍ବାଇଁଙ୍କ ମୁଣ୍ଡକୁ ହାଣିବା ସହ କଟୁରି ଧରି ବୁଲାଇଥିଲା।ଏଥିରେ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ଶ୍ଵେତକୁ ଆକ୍ରମଣ କରିଥିଲେ। ଯାହା ଫଳରେ ଉଭୟ ଭଗବାନ ସ୍ଵାଇଁ ଓ ଶ୍ଵେତ ନାୟକ ଗୁରୁତର ଆହତ ହୋଇ ବୁଗୁଡ଼ା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି।

Comments (0)
Add Comment