ବିଜେଡି ମହିଳା ଶାଖାର ନବକଳେବର

ଭୁବନେଶ୍ୱର : ମୂଳ ସଂଗଠନରେ ପୁନଃ ନିର୍ମାଣର ଗୋଟିଏ ଦିନ ପରେ ଶାସକ ବିଜୁ ଜନତା ଦଳ (ବିଜେଡି) ରବିବାର ଦିନ ଏହାର ମହିଳା ଶାଖା ବିଜୁ ମହିଳା ଜନତା ଦଳରେ ନୂତନ କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛି । ବିଜୁ ମହିଲା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିସ୍କୁ ଆଧାର କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦବୀରେ ନିଯୁକ୍ତ କରିଛନ୍ତି ବୋଲି ଦଳର ସାଧାରଣ ସମ୍ପାଦକ ମାନସ ରଂଜନ ମଙ୍ଗରାଜ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି । ବିଜୁ ମହିଳା ଜନତା ଦଳର ପରାମର୍ଶଦାତା ଭାବରେ ୫ଜଣ ବରିଷ୍ଠ ମହିଳା ନେତ୍ରୀ ନିଯୁକ୍ତ ହୋଇଛନ୍ତି । ସେମାନେ ହେଲେ- ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ସାଂସଦ ରୀତା ତରାଇ, ବିଧାୟକ ଲତିକା ପ୍ରଧାନ ଏବଂ ବିଧାୟକ ନନ୍ଦିନୀ ଦେବୀ ।

ବରିଷ୍ଠ ନେତ୍ରୀ ସୁଭାସିନୀ ଜେନା, ସୁଲତା ଦେଓ ଏବଂ ନିବେଦିତା ମହାନ୍ତିଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବରିଷ୍ଠ ନେତ୍ରୀ କସ୍ତୁରୀ ମହାପାତ୍ରଙ୍କୁ ସାଧାରଣ ସମ୍ପାଦକ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଦଳ ୭ଟି ଜୋନ୍ ପାଇଁ ସଭାପତି ଏବଂ କାର୍ଯ୍ୟକାରୀ ସଭାପତିଙ୍କୁ ମଧ୍ୟ ନିଯୁକ୍ତ କରିଛି । ରଞ୍ଜୁଲତା ରାୟ (ସଭାପତି) ଏବଂ ପୁଷ୍ପଞ୍ଜଳି ରାଣା (କାର୍ଯ୍ୟକାରୀ ସଭାପତି)ଙ୍କୁ ଭୁବନେଶ୍ୱର ଜୋନ୍, ସୁଭଦ୍ରା ଦାସ (ସଭାପତି) ଏବଂ କଟକ ଜୋନ୍ ପାଇଁ ପ୍ରଭାସିନୀ ଷଡଙ୍ଗୀ (କାର୍ଯ୍ୟକାରୀ ସଭାପତି), ବୀଣାପାଣି ସାହୁ (ସଭାପତି) ଏବଂ ମୀନା ମାଝି (କାର୍ଯ୍ୟକାରୀ ସଭାପତି)ଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ପାଇଁ ସବିତା ଆ·ର୍ଯ୍ୟ (ସଭାପତି), ସମ୍ବଲପୁର ପାଇଁ ସାନ୍ଧ୍ୟାରାଣୀ ଲାକ୍ରା (କାର୍ଯ୍ୟକାରୀ ସଭାପତି), କଲ୍ୟାଣୀ ନାୟକ (ସଭାପତି), ବଲାଙ୍ଗିର ପାଇଁ ପୁଷ୍ପାଞ୍ଜଳି ପାଣ୍ଡେ (କାର୍ଯ୍ୟକାରୀ ସଭାପତି), ଗଞ୍ଜାମ ପାଇଁ ମମତା ବିଷୋଇ (ସଭାପତି), କୋରାପୁଟ ପାଇଁ ରୀତା ପାଣିଗ୍ରାହୀ (ସଭାପତି)ନିଯୁକ୍ତ ହୋଇଛନ୍ତି ।

ମହିଳା ଶାଖାରେ ନୂତନ ଭାବେ ନିଯୁକ୍ତ ୯ଜଣ ଉପ-ସଭାପତି ହେଉଛନ୍ତି ସନ୍ଧ୍ୟାରାଣୀ ବିଶ୍ୱାଳ, ସଞ୍ଜୁକ୍ତା ମହାନ୍ତି, ପଦ୍ମିନୀ ଶେଖର ଦେଓ, ଜ୍ୟୋତି ପାଣିଗ୍ରାହୀ, ନିବେଦିତା ନାୟକ, କନକ ପ୍ରଭା ଲେଙ୍କା, ପ୍ରଭାସିନୀ ନନ୍ଦ, ସଞ୍ଜୁକ୍ତା ମହଲ ଏବଂ ଉମିଲତା ଦାସ । ସେହିଭଳି ବିଜୁ ମହିଳା ଜନତା ଦଳର ୨୭ଟି ଉପ-ସଭାପତି, ୩୫ ଜଣ ସାଧାରଣ ସମ୍ପାଦକ, ୩୬ ଜଣ ସମ୍ପାଦକ, ୨୮ ଯୁଗ୍ମ ସମ୍ପାଦକ ଏବଂ ୬୯ କାର୍ଯ୍ୟନିର୍ବାହୀ ସଦସ୍ୟ ଅଛନ୍ତି । ଜୟଶ୍ରୀ ଦାସ ଶାଖାର ରାଜ୍ୟ କୋଷାଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିବାବେଳେ ମନସୀ ସୁନ୍ଦରରାୟ ସୋସିଆଲ ମିଡିଆ ସଂଯୋଜକ ଅଟନ୍ତି ।

ଏହା ବ୍ୟତୀତ ଆଜି ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଶାସକ ଦଳର ପୁନର୍ଗଠନ ସରକାରରେ ମଧ୍ୟ ଏକ ବଡ ପରିବର୍ତ୍ତନର ସୂଚନା ଦେଉଛି । ଏଥିରୁ ଜଣାପଡୁଛି ଯେ ୨୦୧୭ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନ ସେତେଟା ଭଲ ନଥିବାରୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ବର୍ତ୍ତମାନଠାରୁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛି । ଏଭଳି କଳ୍ପନାଜଳ୍ପନାର କାରଣ ହେଉଛି ଯେ ନବୀନ ମନ୍ତ୍ରୀ ପରିଷଦରେ ଖୁବ୍ଶୀଘ୍ର ଅଦଳବଦଳ କରିପାରନ୍ତି ।