ଧାମନଗର ଉପନିର୍ବାଚନ ୧୨ଟି ବିକଳ୍ପ ପରିଚୟ ପତ୍ରରେ ମତଦାନ

ଭୁବନେଶ୍ୱର, ୨୨ା୧୦(ଡିକେ ନ୍ୟୁଜ): ଆସନ୍ତା ନଭେମ୍ବର ୩ ତାରିଖରେ ୪୬- ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ଭୋଟରଙ୍କ ପରିଚୟ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଭୋଟର ଫଟୋ ପରିଚୟପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ କେତେଗୁଡ଼ିଏ ବିକଳ୍ପ ପରିଚୟପତ୍ର ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି । ମତଦାନବେଳେ ଯଦି କୌଣସି ଭୋଟରଙ୍କ ନିକଟରେ ଭୋଟର ଫଟୋ ପରିଚୟପତ୍ର ନଥିବା ତାହେଲେ ସେମାନେ ଅନ୍ୟ ବିକଳ୍ପ ପରିଚୟପତ୍ରକୁ ବ୍ୟବହାର କରି ମତଦାନ କରିପାରିବେ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ବିକଳ୍ପ ପରିଚୟପତ୍ର ଗୁଡ଼ିକ ହେଉଛି ୧) ଆଧାର କାର୍ଡ, ୨) ଏମ୍‌ଏନ୍‌ଆରଇଜିଏ ଜବ୍‌ କାର୍ଡ, ୩) ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସର ଫଟୋ ଲାଗିଥିବା ପାସ୍‌ ବୁକ୍‌, ୪) ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ୫) ଡ୍ରାଇଭିଂ ଲାଇସେନ୍ସ, ୬) ପ୍ୟାନ୍‌ କାର୍ଡ, ୭) ପାସ୍‌ପୋର୍ଟ, ୮) ଫଟୋ ଲାଗିଥିବା ପେନ୍‌ସନ୍‌ ବୁକ୍‌, ୯) ରାଜ୍ୟ ବା କେନ୍ଦ୍ର ସରକାରଙ୍କ ପ୍ରଦତ ଫଟୋ ଥିବା ଚାକିରି ପରିଚୟ ପତ୍ର, ୧୦) ସରକାରୀ ଭାବେ ସାଂସଦ/ବିଧାୟକମାନଙ୍କୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ଏବଂ ୧୧) ଭାରତ ସରକାରଙ୍କ ସାମାଜିକ ନ୍ୟାୟ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ୟୁଡିଆଇଡ଼ି କାର୍ଡ । ଧାମନଗର ଉପନିର୍ବାଚନରେ ଭୋଟରମାନେ ମତଦାନବେଳେ ଉପରୋକ୍ତ ଯେକୌଣସି ଗୋଟିଏ ପରିଚୟପତ୍ର ଦେଖାଇ ମତଦାନ କରିପାରିବେ ବୋଲି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।

Comments (0)
Add Comment