କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ପ୍ୟାକେଜ୍‌

ଭୁବନେଶ୍ୱର, ୨୩ା୧୧(ଡିକେ ନ୍ୟୁଜ): ରାଜ୍ୟର କେନ୍ଦୁପତ୍ର ତୋଳାଳୀ ଓ କର୍ମ·ରୀମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି । ପ୍ରତି ତୋଳାଳୀଙ୍କୁ ପ୍ରଥମ ଦଫାରେ ୧୦୦୦ ଟଙ୍କା ଓ ସିଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ମିଳିବ । ତାଳୋଳୀ ଓ କର୍ମ·ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯାଜେନାରେ ସାମିଲ ହେବେ । ଏଥି ସହିତ କେନ୍ଦୁପତ୍ର ତୋଳାଳୀଙ୍କ ପିଲାମାନଙ୍କୁ ଶିକ୍ଷା ପାଇଁ ବୃତ୍ତି ମିଳିବ । ଏଥି ସହିତ ସମସ୍ତ କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ପରିଚୟପତ୍ର । ସର୍କଲ ଚେକରସ ଓ ବାଇଣ୍ଡିଂ ଚେକରସଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ୧୫ ଦିନକୁ ବଢ଼ିବ । ଏଥି ସହିତ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ପାଇଁ କେନ୍ଦ୍ର ନିକଟରେ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି । ଏନେଇ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ଆପଣମାନେ ଜାଣନ୍ତି, ଆମ ରାଜ୍ୟରେ ଆଠଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମ·ରୀଙ୍କ ଅଛନ୍ତି । ଏମାନେ ଗରିବ ଲୋକ । ବହୁ ଜନଜାତି ମା’ମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମ କରନ୍ତି । କେନ୍ଦୁପତ୍ର ତୋଳାଳୀ ଓ କର୍ମ·ରୀଙ୍କ କଲ୍ୟାଣ ପାଇଁ ମୋ ସରକାର ସବୁବେଳେ କାମ କରିଆସୁଛି । ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବୋନସ ଦିଆଯାଉଛି । ଆମର ଏହି ନୀତି ଅନ୍ୟ ରାଜ୍ୟମାନଙ୍କ ପାଇଁ ମଡେଲ ହୋଇଛି । ଗତ ସପ୍ତାହ ମଧ୍ୟରେ ମୁଁ କେନ୍ଦୁପତ୍ର ତୋଳାଳୀମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତିନି ତିନିଥର ଆଲୋଚନା କରିଛି । ଏହି ଆଲୋଚନା ପରେ କେନ୍ଦୁପତ୍ର ତୋଳାଳୀ ଓ କର୍ମ·ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ୟାକେଜ ଘୋଷଣା କରୁଛି । କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର ୧୮% ଜିଏସଟି ରଖିଛନ୍ତି, ଯାହାର ଉଚ୍ଛେଦ ପାକେଜ କେନ୍ଦ୍ର ସରକାରଙ୍କ ନିକଟରେ ମୋର ଦୃଢ ଦାବି ରହିଛି ଏବଂ ରହିବ । ସୂଚନାଯୋଗ୍ୟ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଥିଲେ ଓଡ଼ିଶା କେନ୍ଦ୍ରପତ୍ର କର୍ମ·ରୀ ସଂଘ । ସଭାପତି ବିଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଭୁବନେଶ୍ୱର ଆସିଥିବା ସଂଘ ପକ୍ଷରୁ କୁହାଯାଇଥିଲା ଯେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଇପିଏଫ୍‌ ବ୍ୟବସ୍ଥା କରି ଦୀର୍ଘ ଦିନର ଦାବିକୁ ପୂରଣ କରିଛନ୍ତି । ତେବେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮% ଜିଏସ୍‌ଟି ଲାଗୁ କରିବା ହେତୁ ଏହାର ମୂଲ୍ୟ ବୃଦ୍ଧି ପାଉଛି ଏବଂ ଲାଭ କମୁଛି । କେନ୍ଦୁପତ୍ର ଉପରୁ ବୋନସ୍‌ ହ୍ରାସ କରିବା ପାଇଁ ଆମେ ବାରମ୍ବାର ଦାବି କରିଥିବା ବେଳେ ୨୦୧୯ ନିର୍ବାଚନରେ ବିଜେପି ନିଜର ଇସ୍ତାହାରରେ ଏହାକୁ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏହି ଦାବି ଉପରେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଲେନାହିଁ । ତେଣୁ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଉପରେ ·ପ ପକାଇବା ଜରୁରୀ ବୋଲି ସଂଘ କହିଛି । ସେହିପରି ୨୦୧୮ରେ ଶେଷ ଥର ପାଇଁ ଋତୁକାଳୀନ ଶ୍ରମିକଙ୍କର ମଜୁରି ବୃଦ୍ଧି କରାଯାଇ ଥିବାବେଳେ ଇତିମଧ୍ୟରେ ·ରିବର୍ଷ ବିତଲାଣି । ତେଣୁ ଆଗାମୀ ଋତୁ ପୂର୍ବରୁ ଶ୍ରମିକମାନଙ୍କର ମଜୁରି ବୃଦ୍ଧି କରିବା ଆବଶ୍ୟକ ବୋଲି ଓଡ଼ିଶା କେନ୍ଦ୍ରପତ୍ର କର୍ମ·ରୀ ସଂଘ କହିଥିଲା ।

Comments (0)
Add Comment