ମୋଟାବାଡି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା। ବାବୁ ରହୁନାହାନ୍ତି, ବଢୁଛି ଜନ ଅସନ୍ତୋଷ

ବୁଗୁଡ଼ା/ମୋଟାବାଡି, ତା ୦୮/୦୬(ଡି.କେ ନ୍ୟୁଜ):ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଝୁଲୁଛି ତାଲା ବାବୁଙ୍କ ମିଳୁନି ଦେଖା ଚେୟାର ପଡ଼ିଛି ଖାଲି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ। ବଦଳି ଯାଇଛି ଦୀର୍ଘ ଦିନର ସରକାର ହେଲେ ଏବେବି ବଦଳି ପାରୁନି ସରକାରୀ ବ୍ୟବସ୍ଥା ଓ ବାବୁମାନଙ୍କ କାର୍ଯ୍ୟ କରିବାର ଢାଞ୍ଚା, ସରକାରୀ ନିୟମକୁ ବେଖାତିରି କରି ଠିକ ସମୟରେ ଉପସ୍ଥିତ ରହୁନାହାନ୍ତି କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକ ବାବୁମାନେ, ପଚାରିଲେ କୁହନ୍ତି ଆମେ ଫିଲ୍ଡ କାମରେ ଯାଇଛୁ , ପ୍ରତ୍ୟେକ ଦିନ ଦୂର ଦୂରାନ୍ତ ଗ୍ରମଞ୍ଚାଲରୁ ଲୋକେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ନିଜର ବିଭିନ୍ନ କାମ ନେଇ ଆସିଥାନ୍ତି। କିନ୍ତୁ କାର୍ଯ୍ୟାଳୟରେ ତାଲା ପଡ଼ିଥିବାରୁ ସେମାନେ ନିରାଶ ହୋଇ ଫେରିଯାଉଥିବାର ଦେଖିବାକୁ ମିଳୁଛି।ମୋଟାବାଡି ରାଜସ୍ୱ ମଣ୍ଡଳ ଅଧିନରେ ବହୁ ଗ୍ରାମ ରହିଥିବା ବେଳେ ଆଜି ବୁଗୁଡ଼ାରୁ ଜଣେ ଦୃଷ୍ଟହୀନ ବ୍ୟକ୍ତି ଆସିଥିବା ଦେଖିବାକୁ ମିଳିଥିଲା, ତାଙ୍କୁ ପଚାରିବାରୁ ସେ ଦୁଇଥର ଅସି ଡହ ଡହ ଖରାରେ ଫେରିଯାଇଥିବା କଥା କହିଥିଲେ, ଏ ନେଇ ଯେତେବେଳେ ବ୍ୟକ୍ତି ଜଣକ ରାଜସ୍ୱ ନିରୀକ୍ଷକ ଙ୍କୁ ଫୋନ କରି ପଚାରି ଥିଲେ ବାବୁ କହିଲେ ଅନ୍ ଲାଇନରେ ସିସ୍ତୁ ବନ୍ଧିଦିଆ ନଚେଚ ୧୧ ଟା ପର୍ଯ୍ୟନ୍ତ ଅପେକ୍ଷା କର ମୁଁ ଗଲେ ବାନ୍ଧିବ,ଏଠି ପ୍ରଶ୍ନଉଠୁଛି ଯେ ଯଦି ଆର୍ ଆଇ ମହୋଦୟ ଫିଲ୍ଡି କାମରେ ଯାଇଛନ୍ତି ହେଲେ ଏ ଆର୍ ଆଇ, ଅମିନ, ପିଅନ ଗଲେ କୁଆଡ଼େ? ସମ୍ପୂର୍ଣ କାର୍ଯ୍ୟଳୟ ରେ ତାଲା ପକାଇ ସରକାରୀ ନିୟମକୁ ବେଖାତିର କରି ମାନୁ ନାହାନ୍ତି ଏ ବାବୁମାନେ। ଉପରିସ୍ଥ ଅଧିକାରୀ ଏହାର ପୁଙ୍ଖାନୁପୁଙ୍ଖ ଭାବରେ ଅନୁସନ୍ଧାନ କରିବା ପାଇଁ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଥିବା ବେଳେ ଦେଖାଯାଉ ଖବର ପ୍ରସାରଣ ପରେ ପ୍ରଶାସନର ନିଦ କେବେ ଭାଙ୍ଗିବ ଏବଂ କାର୍ଯ୍ୟରେ ଅବହେଳା କରୁଥିବା ବାବୁ ମନଙ୍କ ପ୍ରତି କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା?

#socialservicereport #ganjam #dumanikhabar
Comments (0)
Add Comment