ପାରାଦ୍ଵୀପ ରେ ଗୁଜବ, ବୁଲୁଛନ୍ତି ୬ ସନ୍ଦିଗ୍ଧ

ପାରାଦ୍ଵୀପ :-ଜଗତସିଂହପୁର ଜିଲ୍ଲା ଏସ୍ପି ଭବାନୀ ଶଙ୍କର ଉଦଗାତା ଙ୍କ ପ୍ରତିକ୍ରିୟା। ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ସନ୍ଦିଗ୍ଧ ବ୍ୟକ୍ତି ଙ୍କୁ ନେଇ ରଖିଲେ ପ୍ରତିକ୍ରିୟା। ଏହା ଗୁଜବ ବୋଲି କହିବା ସହିତ କେହି ଭୟଭୀତ ନହେବାକୁ ସମସ୍ତ ପାରାଦୀପ ର ଜନ ସାଧାରଣ ଙ୍କୁ କରିଲେ ଅନୁରୋଧ। ପ୍ରସାରିତ ଖବର କୁ ଖଣ୍ଡନ କରିବା ସହିତ ପାରାଦୀପ ର ବିଭିନ୍ନ ଶିଳ୍ପାନୁଷ୍ଠାନ କୁ ଆସୁଥିବା ଟ୍ରକ ଡ୍ରାଇଭର ଙ୍କୁ ନେଇ ସନ୍ଦିଗ୍ଧ ବ୍ୟକ୍ତି ବୋଲି ପ୍ରସାରିତ ଖବର ସମ୍ପୂର୍ଣ୍ଣ ଗୁଜବ । ଖବର ପ୍ରସାରିତ ଅନୁଯାୟୀ ସେମାନଙ୍କ ର ଆଧାର କାର୍ଡ ଓ ପରିଚୟପତ୍ର ଯାଞ୍ଚ କରା ଯିବା ପରେ ଗାଡିର ଡ୍ରାଇଭର ବୋଲି ଜଗତସିଂହପୁର ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ଙ୍କୁ ଅବଗତ କରାଇଛନ୍ତି। ତେବେ କେହି ଭୟଭୀତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ଜଗତସିଂହପୁର ଏସ୍ପି ଭବାନୀ ଶଙ୍କର ଉଦଗାତା।

Comments (0)
Add Comment