ମାହାଙ୍ଗା :- ମାହାଙ୍ଗା ଥାନା ଅଞ୍ଚଳରେ ବିଭିନ୍ନ ନଦୀ ପଠାରୁ ଟ୍ରାକ୍ଟର ଯୋଗେ ଶହ ଶହ ବେଆଇନ ବାଲି ଉଠୁଥିବା ବେଳେ ଖଣି ବିଭାଗ ସବୁ ଜାଣି ନଜାଣିଲା ଭଳି କାର୍ଯ୍ୟ କରୁଛି। କଟକ ଜିଲ୍ଲା ଜଗତପୁର ଅତିରିକ୍ତ ଖଣି ବିଭାଗ ପକ୍ଷରୁ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଖବର ନେବାରୁ ଜଣାପଡିଛି ମାହାଙ୍ଗା ଅଞ୍ଚଳରେ ବିନା ନମ୍ବର ବିହୀନ ଟ୍ରାକ୍ଟର ଗାଡ଼ି ଗୁଡ଼ିକ ବିରୂପା,ଗେଙ୍ଗୁଟିର ବିଭିନ୍ନ ନଦୀ ପଠାରୁ ବାଲି ଉଠାଉଥିବା ଦେଖିବାକୁ ମିଳିଛି।ନଦୀରୁ ପଠା କୁ ତାଡି ବାଲି ମାଫିଆ ଦିନ ରାତି ମାଲେମାଲ ହେଉଥିବା ବେଳେ ସରକାରଙ୍କ ରାଜସ୍ବ ହାନି ହେଉଛି।ଆଜି ବିରୂପା ନଦୀରୁ ଏକ ନମ୍ବର ବିହୀନ ଟ୍ରାକ୍ଟର ଗାଡ଼ି ଜୟପୁର ବଜାର ଦେଇ ଯାଉଥିବା ବେଳେ କୁମୁଡ଼ାଜୟପୁର ଫାଣ୍ଡି ଅଧିକାରୀ ବିମ୍ବାଧର ମଲିକ ଜବତ କରି ମାହାଙ୍ଗା ଥାନାକୁ ହସ୍ତାନ୍ତର କରିଥିବା ଜଣାପଡିଛି। ବିନା ନମ୍ବରରେ ବାଲି ବୋଝେଇ କରି ବିଭିନ୍ନ ବଜାର ଜନଗହଳି ରାସ୍ତାରେ ଦୃତ ଗତିରେ ଟ୍ରାକ୍ଟର ଚଲାଉଥିବା ଡ଼୍ରାଇଭର ଓ ମାଲିକଙ୍କ ଉପରେ ଦୃଢ଼ରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣ ଦାବୀ ହୋଇଛି।