ପାରାଦୀପ :- ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ଘର ଉପରେ ବୋମା ମାଡ଼ ଘଟଣାରେ ପ୍ରମୁଖ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ମୂଖ୍ୟ ଅପରାଧୀ କୁ ଗିରଫ ସହ ଏହି ଘଟଣାରେ ତଥାକଥିତ ନେତା ବାପି ସରଖେଲ ଙ୍କୁ ତଦନ୍ତ ପରିସରଭୁକ୍ତ କରିବା କୁ ପୃଥକ ପୃଥକ ଭାବେ ଦାବୀ କରାଯାଇଥିଲା l ଏହି ଘଟଣାର ଗୋଟିଏ ଦିନ ପରେ ସୋମବାର ଦିନ ବାପି ସରଖେଲ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହା ତାଙ୍କ ବିରୁଦ୍ଧରେ ଏକ ଷଢଯନ୍ତ୍ର ବୋଲି ସଫେଇ ଦେଇ ଏହି ସର୍ବଦଳୀୟ ପ୍ରତିବାଦ ସଭାରେ ସ୍ଥାନୀୟ ଯୁବ ବ୍ୟବସାୟୀ ତଥା ଶ୍ରମିକ ନେତା ରାକେଶ ପଟ୍ଟନାୟ ଲୋକ ଯୋଗାଇବା ଓ ତାଙ୍କୁ ଅପରାଧୀ ଆଖ୍ୟା ଦେଇଥିଲେ l
ଏହାର ପ୍ରତିବାଦ କରି ରାକେଶ ପଟ୍ଟନାୟକ ମଙ୍ଗଳବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରଖେଲ ଙ୍କ ଅଭିଯୋଗ କୁ ଖଣ୍ଡନ କରି ତାଙ୍କୁ ଅପରାଧୀ ଚିତ୍ରଣ କରିବାରେ ବାପି ସରଖେଲ ଙ୍କ ପ୍ରମୁଖ ଭମିକା ରହିଥିବା ପାଲଟା ଅଭିଯୋଗ କରିଥିଲେ l ଏହି ଘଟଣା ମୋ ଆତ୍ମ ସମ୍ମାନ କୁ କ୍ଷୁର୍ଣ୍ଣ କରିଛି l ଏହାକୁ ସେ ଦୃଢ଼ଭାବରେ ଖଣ୍ଡନ କରିଥିଲେ l ଗତ ୨୦୦୭ ମସିହାରେ ଜନ୍ମ ସ୍ଥାନ କାକଟପୁର ଛାଡି ପାରାଦୀପରେ ବାପି ସରଖେଲ ଙ୍କ କମ୍ପାନୀ ସାର୍କ ଗ୍ରୁପ ମାର୍କେଟିଙ୍ଗ ଲିମିଟେଡ଼ ରେ ମ୍ୟାନେଜର ଭାବେ ଚାକିରୀ ଆରମ୍ଭ କରିଥିଲେ ରାକେଶ l ସେତେବେଳେ ବାପି ସରଖେଲ ଉପରୋକ୍ତ କମ୍ପାନୀ କରିବା ସହିତ ଆଇଓସିଏଲ ରେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ନାମରେ ଏକ ସଂଗଠନ ମଧ୍ୟ କରିଥିଲେ l
ସାର୍କ ଗ୍ରୁପ ମାର୍କେଟିଙ୍ଗ ଲିମିଟେଡ଼ ର ମ୍ୟାନେଜିଙ୍ଗ ଡାଇରେକ୍ଟର ଅରିନ୍ଦମ ସରଖେଲ (ବାପି) ଥିଲାବେଳେ ତାଙ୍କ ଧର୍ମପତ୍ନୀ ମୋନିଦିପା ସରଖେଲ, ପିତା ଓ ମାତା ଗୌରାଙ୍ଗଲାଲ ସରଖେଲ, ସ୍ୱପ୍ନା ସରଖେଲ ଓ ସୁମିତା ଲାହିରି ନାମକ ଜନୈକ ମହିଳା ଡାଇରେକ୍ଟର ଭାବେ ଥିଲେ l ସେତେବେଳେ ଏହି କମ୍ପାନୀ ଆକାଉଣ୍ଟ କୁ ଆଇଓସିଏଲ ରେ କାର୍ଯ୍ୟ କରୁଥିବା ବିଭିନ୍ନ କମ୍ପାନୀ ରୁ ପ୍ରାୟ ୫୦୦କୋଟି ରୁ ଉର୍ଦ୍ଧ ଟଙ୍କା ଆସିଥିଲା l ପରେ ଜାଣିବାକୁ ପାଇଲି ଏହିସବୁ ଟଙ୍କା କୌଣସି କାର୍ଯ୍ୟ ନକରି ପ୍ରୋଟେକ୍ସନ ମନି ନାମରେ ଆସୁଥିଲା l ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ସଂଗଠନ ରେ ପାରାଦୀପ କୁଜଙ୍ଗ ଅଞ୍ଚଳ ରୁ ଶହ ଶହ ଯୁବକ ଙ୍କୁ ସଭ୍ୟ କରାଇ ଆଇଓସିଏଲ ରେ କାର୍ଯ୍ୟ କରୁଥିବା କମ୍ପାନୀ ମାନଙ୍କୁ ଭୟଭୀତ କରାଇ ପ୍ରୋଟେକ୍ସନ ନାମରେ ନିଯୁକ୍ତି ଦିଆଯାଉଥିଲା l ସେହି ସମୟରେ ମୁଁ ବାପି ସରଖେଲ ଙ୍କ କମ୍ପାନୀ ରେ କାମ କରୁଥିବାରୁ ସରଖେଲ ଙ୍କ ବିରୋଧୀ ମାନେ ମୋ ନାମରେ ବିଭିନ୍ନ ସମୟରେ ମାମଲା କରିଥିଲେ ବୋଲି କହିଛନ୍ତି ରାକେଶ l
ବାପି ଙ୍କ କଳା କାରନାମା ଜାଣିବା ପରେ ୨୦୧୬ ମସିହା ରେ ରାକେଶ ବାପି ଙ୍କ ଠାରୁ ଦୁରେଇ ଯାଇଥିଲେ l ସେ ବାରମ୍ବାର ଡକେଇବାରୁ ରାକେଶ ଙ୍କୁ ଡକାଇବା ଓ ମୁଁ ନଯିବା ଦ୍ୱାରା ୫. ୧. ୨୦୧୬ ରେ ମୋ ଇନୋଭା ଗାଡ଼ିରେ ଆସୁଥିବା ସମୟରେ ବାଉରିଆପାଳନ୍ଦା ପାଖରେ ମୋ ଗାଡି ଉପରକୁ ଗୁଳି ମାଡ ହୋଇଥିଲା l ୨୯. ୫. ୨୦୧୬ ରେ ବାପି ସରଖେଲ ମୋ ନାମରେ ଲୋକ ଲଗାଇ ଅଭୟଚାନ୍ଦପୁର ଥାନାରେ ମାମଲା କରାଇଥିଲେ l ମୁଁ ଏହି ମାମଲାରେ ଜେଲ ରେ ଥିବାବେଳେ ଆଉ ଦୁଇଟି ମାମଲା ଅଭୟଚାନ୍ଦପୁର ଥାନାରେ କରାଇଥିଲେ ବୋଲି ରାକେଶ ସୂଚନା ଦେଇଥିଲେ
୨୦୨୨ ମସିହା ରେ ଏନଆରଏଲ କମ୍ପାନୀ ପାରାଦୀପ ରେ କାର୍ଯ୍ୟ ଆରମ୍ଭ କରିବା ସମୟ ରେ ବାପି ସରଖେଲ ଓ ବାପୁ ପରିଡା କମ୍ପାନୀ କୁ ପ୍ରୋଟେକସନ ଦେଉଥିଲେ l ମୁଁ ଏନଆରଏଲ କମ୍ପାନୀକୁ କାମ ପାଇଁ ବାରମ୍ବାର ଯିବାରୁ ୧. ୧. ୨୦୨୩ ମସିହାରେ ସେମାନେ ପ୍ରୋଟେକ୍ସନ ଦେଉଥିବା ବ୍ରିଜ ଆଣ୍ଡ ରୁଫ କମ୍ପାନୀ ର ତାରିଣୀଗଡା ସ୍ଥିତ ଗେଷ୍ଟହାଉସ ରେ ନିଜେ ଗୁଳିକାଣ୍ଡ ଭିଆଇ ନାଟକୀୟ ଢଙ୍ଗରେ ମୋ ନାମକୁ ଛନ୍ଦି ଦେଇଥିଲେ l ଏହିଭଳି ଭାବେ ଅନେକ ଗୁଡିଏ ମାମଲା ସେମାନେ ତାଙ୍କ ନିଜ ଲୋକଙ୍କୁ ଦ୍ୱାରା କରାଇ ମୋତେ ଫସାଇ ଚାଲିଛନ୍ତି ବୋଲି କ୍ଷୋଭ ର ସହ ରାକେଶ କହିଥିଲେ l
ତେବେ ସାର୍କ ଗ୍ରୁପ ମାର୍କେଟିଙ୍ଗ ଲିମିଟେଡ଼ ଆକାଉଣ୍ଟ ରେ ଆସିଥିବା ୫୦୦ କୋଟି ରୁ ଉର୍ଦ୍ଧ ଟଙ୍କା ର ତଦନ୍ତ କରିବା ସହିତ ମୋ ନାମ ରେ ହୋଇଥିବା ମାମଲା ର ପୁନଃତଦନ୍ତ କରିବାକୁ ଗଣମାଧ୍ୟମ ଜରିଆରେ ପ୍ରଶାସନ ଙ୍କୁ ବିନମ୍ର ନିବେଦନ କରିଛନ୍ତି ରାକେଶ l