ମା’ ଶ୍ୟାମାକାଳୀଙ୍କ ପୂଜା ପାଇଁ ବାଲିମେଳା ଉତ୍ସବମୁଖର

0 22

 

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ସହରର କାଳୀ ଛକରେ ରବିବାର ସନ୍ଧ୍ୟାରେ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଛି।ବାଲିମେଳା ଏନଏସି ଅଧକ୍ଷ ପ୍ରଦୀପ କୁମାର ନାୟକଙ୍କ ତତ୍ୱାବଧାନରେ ପୂର୍ବାହ୍ନ ୧୧ ଟାରେ ଶ୍ରଦ୍ଧାଳୁ ନିକଟସ୍ଥ ଚିତାପାରି ନଦୀରୁ କଳସରେ ପାଣି ଆଣି ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ।ଏହା ପରେ ମନ୍ଦିରରେ କଳସ ସ୍ଥାପନ ସହ ରୀତିନୀତି ଅନୁସାରେ ରାତି ତମାମ ମା’ କାଳୀଙ୍କ ପୂଜାର୍ଚ୍ଚନା ହୋଇ ଥିଲା।ମହାଦୀପ ଉଠିବା ପରେ ପୂଜା ସମ୍ପନ୍ନ ହୋଇଥିଲା।ରାତିସାରା ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହି ପୂଜାରେ ଭାଗ ନେଇଥିଲେ।ପୂଜା ମଣ୍ଡପ ନିକଟରେ ଥିବା ମୁଖ୍ୟ ରାସ୍ତା ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସିଉଠୁଛି।ଦୀର୍ଘ ୫୧ ବର୍ଷ ଧରି ଗୋଟିଏ ସ୍ଥାନରେ ଏହି ପୂଜା ଅନୁଷ୍ଠିତ ହୋଇ ଆସୁଅଛି
ଏଣୁ ପୂଜା ଦେଖିବାକୁ ବାଲିମେଳା ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ଭକ୍ତଙ୍କ ଭିଡ ଜମୁଛି ଲୋକଙ୍କୁ ମନୋରଞ୍ଜନ ପାଇଁ ପୂଜା କମିଟି ପକ୍ଷରୁ ସୋମବାର ସନ୍ଧ୍ୟାରେ ବାଲିମେଳା ସହରର କୁନି କୁନି କଳାକାର ମାନଙ୍କ ଦ୍ୱାରା ମାନଙ୍କ ଦ୍ୱାରା ଦେଶାତ୍ମବୋଧକ, ଓଡିଶୀ, ସମ୍ବଲପୁରୀ ଭଳି ବିଭିନ୍ନ ପ୍ରକାର ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା।ମଙ୍ଗଳବାର ସନ୍ଧ୍ୟାରେ ଆଦିବାସୀ ଲୋକ ନୃତ୍ୟ (ନାଟ ) ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସ୍ଥିର ହୋଇଛି।ପୂଜା କମିଟିର ସଭାପତି ଅଭିଷେକ ନାୟକ, ଉପ ସଭାପତି ପୂର୍ଣ୍ଣ ଚନ୍ଦ୍ର ଖରା, ଅଭୟ ନାୟକ, ରମେଶ ଡାକୁଆ,ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ସ୍ୱାଇଁ, ସହ ସମ୍ପାଦକ ରାଜୁ ବନସିଂ,ସୁକାନ୍ତ ହାଲଦାର, ପି. ରାମା ରାଓ,କୋଷାଧକ୍ଷ ସତ୍ୟଜିତ ମୁଦୁଲୀ, ଉପଦେଷ୍ଟା ଦୀପକ କୁମାର ସାହୁ ଓ ଅନ୍ୟ କର୍ମକର୍ତ୍ତା ମାନେ ଏହାକୁ ସୁଚାରୁରୂପେ ପରିଚାଳନା କରୁଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଓର୍କେଲ ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନିର୍ଦ୍ଧେଶ କ୍ରମେ ପୂଜା ମଣ୍ଡପ ସମେତ ବାଲିମେଳା ସହରର ବିଭିନ୍ନ ସ୍ଥାନରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁତ୍ତୟନ କରାଯାଇଛି।

Leave A Reply

Your email address will not be published.