ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେଇ ଯୁବକ ଗିରଫ

0 219

ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେବା ଅଭିଯୋଗରେ ସିଂହଦ୍ଵାର ଥାନା ପୋଲିସ ଭାସ୍କର ସାମନ୍ତ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ପୋଲିସ ସୂଚନା ଅନୁଯାୟୀ, ଶନିବାରସକାଳେ ଭାସ୍କର ଏକ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ପୋଲିସ ଭସ୍କରଙ୍କୁ ଧରି ତାଙ୍କ ପାଖରୁ ସ୍ପାଏ କ୍ୟାମେରା ଜବତ କରିଥିଲା । ସ୍ପାଏ କ୍ୟାମେରାରେ ଭାସ୍କର ଶ୍ରୀମନ୍ଦିର ଭିତର ଭିଡିଓ ସୁଟିଂ କରିଥିବା ତଦନ୍ତରୁ ଜଣାପଡିଥିଲା ।ଟେମ୍ପୁଲ୍ ଆକ୍ଟ ସେକ୍ସନ ୩୦(କ) ୪ ସି ଅନୁଯାୟୀ ଭାସ୍କରକୁ ଅଟକ ରଖି ଅଧିକ ପଚରାଉଚରା କରିଥିଲା। ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ମୋବାଇଲ ନେଲେ ଏକହଜାର ଟଙ୍କା ଜରିମାନା ସହିତ ସମ୍ପୃକ୍ତ ମୋବାଇଲକୁ ଜବତ ହେବାର ନିୟମ ରହିଛି । ତେବେ ଅଭିଯୁକ୍ତ ଭାସ୍କର କାହିଁକି ଏବଂ କେଉଁ ପରିସ୍ଥିତିରେ ସ୍ପାଏ କ୍ୟାମେରା ଶ୍ରୀମନ୍ଦିର ଭିତରକୁ ନେଇଥିଲା ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାସ୍କର ମନ୍ଦିର ଭିତରର ଭିଡିଓ ସୁଟିଂ କରିବାର କ’ଣ ଉଦ୍ଦେଶ୍ୟ ରହିଛି ତାହା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଶ୍ରୀମନ୍ଦିର ଭିତରର ଭିଡିଓ ଓ ଫଟୋ ବାରମ୍ବାର ଭାଇରାଲ୍ ହେବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଏବଂ କ୍ୟାମେରା ନେବା ଉପରେ ପୋଲିସ କଡ଼ା ନଜର ରଖିଥିବା ସମ୍ପୃକ୍ତ ପୋଲିସ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.