ନିର୍ଗୁଣପଡା ୟୁଜି ଏମଇ ସ୍କୁଲର ବାର୍ଷିକ ଉତ୍ସବ।

0 77

ସମ୍ୱଲପୁର ଜିଲ୍ଲା ଧନକାଉଡା ବ୍ଲକ ଅନ୍ତର୍ଗତ ମହାନଗର ୱାର୍ଡ ନମ୍ବର ୧୯ ନିର୍ଗୁଣପଡା ୟୁଜି ଏମଇ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠି ଅଧିକାରିଣୀ ଶେବାଶ୍ରୀ ଭୋଇ ଉପସ୍ଥିତ ହୋଇ ମାଁ ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ଜଳନ ଓ ପୂଜାର୍ଚ୍ଚନା ପରେ ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ଆଶାପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରେଶ୍ୱର କର, ସମାଜସେବୀ ଶେଷଦେବ ଗୁରୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅପିନ ଓରାମ, ଦେବାଶିଷ ଭୋଇ, ରୂପେନ ଡୁମଡୁମ,ଶତ୍ରୁଘ୍ନ ସେଠ ଓ ଦୁଲାଲ ଚନ୍ଦ୍ର ରାୟ ଉପସ୍ଥିତ ରହି ତାଙ୍କର ବହୁମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ। ସଭାକାର୍ଯ୍ୟ ପୂର୍ବରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବବୃବାହନ ଭୋଇ ବାର୍ଷିକ ବିବରଣୀ ପଠନ କରି ସଭାରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ କୃତି ଛାତ୍ର ଛାତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରିଣୀଙ୍କ ଦ୍ଵାରା ମାନପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସମ୍ବଲପୁରୀ ନାଚ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟତ୍ରୀ ସିତାରାଣୀ ବେହେରା ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଲୋଚନା ମିଶ୍ର, ମମତା ସାହୁ, ତନ୍ମୟା ମାଝୀ, ବିଷ୍ଣୁପ୍ରିୟ ରଥ, କାମିନୀ ମୁଣ୍ଡା, ଅବନ୍ତି ଓରାମ ପ୍ରମୁଖ ସହଯୋଗ କରିଥିଲେ !!

Leave A Reply

Your email address will not be published.