ନୂଆଦିଲ୍ଲୀ, : ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବହୁତ ଭଲ ପ୍ରଦର୍ଶନ କରୁଛି ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ
ଲଗାତାର ୩ଟି ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିଛି । ସାରା ଦେଶରେ ରୋହିତଙ୍କ ଦକ୍ଷତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ହିଟମ୍ୟାନଙ୍କୁ ମୋଟା ବୋଲି କହି ବିବାଦୀୟ ହୋଇଛନ୍ତି । ନିଜର ପୋଷ୍ଟ ହଟାଇସାରିଥିଲେ ବି ଏବେ ତାଙ୍କୁ ବିଭିନ୍ନ ନେତା ଓ କ୍ରିକେଟର ସମାଲୋଚନା କରୁଛନ୍ତି । ଏବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଶମା ମହମ୍ମଦଙ୍କୁ ଜବାବ ଦେଇଛନ୍ତି । ଏକ ସାକ୍ଷାତକାରରେ ଏବିଷୟରେ ପଚରାଯିବାରୁ ଗାଭାସ୍କର କହିଛନ୍ତି ଯେ, ମୁଁ ସବୁବେଳେ କହିଛି, ଯଦି ଆପଣ କେବଳ ପତଳା ପୁଅମାନଙ୍କୁ ଦେଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ମଡେଲିଂ ପ୍ରତିଯୋଗିତାକୁ ଯିବା ଉଚିତ । କ୍ରିକେଟରେ ମୋଟା- ପତଳା କଥା ଉଠାଇବା ଉଚିତ ନୁହେଁ । କ୍ରିକେଟ ହେଉଛି ଜଣେ କେତେ ଭଲ କ୍ରିକେଟ୍ ଖେଳିପାରିବ । ସରଫରାଜ ଖାନଙ୍କ କଥା କହିବାକୁ ଗଲେ ତାଙ୍କୁ ବହୁତ ଦିନ ଧରି ନିନ୍ଦିତ କରାଯାଇଥିଲା କାରଣ ତାଙ୍କ ଶରୀରର ଓଜନ ଅଧିକ ଥିଲା । କିନ୍ତୁ ଯଦି ସେ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ୧୫୦ ରନ୍ କରନ୍ତି ଏବଂ ତା\’ପରେ ଆଉ ଦୁଇ କିମ୍ବା ତିନୋଟି ମ୍ୟାଚରେ ୫୦ରୁ ଅଧିକ ସ୍କୋର କରନ୍ତି, ତେବେ ସମସ୍ୟା କ\’ଣ? ମୁଁ ଭାବୁନାହିଁ ଯେ, କ୍ରିକେଟର ଶରୀରର ଓଜନ ସହିତ କିଛି ସମ୍ପର୍କ ଅଛି । ଏହା କ୍ରିକେଟରର ମାନସିକ ଶକ୍ତି ଉପରେ ନିର୍ଭର କରେ । ଉଲ୍ଲେଖଯୋଗ୍ୟ, ଶମା ମହମ୍ମଦ ସୋସିଆଲ ମିଡିଆରେ ଲେଖିଥିଲେ, ରୋହିତ ଶର୍ମା ଖେଳାଳି ଭାବରେ ମୋଟା । ତାଙ୍କୁ ଓଜନ ହ୍ରାସ କରିବାକୁ ପଡିବ । ନିଶ୍ଚିତ
ଭାବରେ, ସେ ଭାରତର ସବୁଠାରୁ ସାଧାରଣ ଅଧିନାୟକ । ତାଙ୍କ ଭିତରେ ସ୍ୱତନ୍ତ୍ର ବୋଲି କିଛି ନାହିଁ । ଶମାଙ୍କ ଏହି ପୋଷ୍ଟ ଭାଇରାଲ
ହେବା ପରେ ରୋହିତଙ୍କ ପ୍ରଶଂସକମାନେ ଶମାଙ୍କୁ ଟ୍ରୋଲ କରିବା ସହ କ୍ରିକେଟରଙ୍କ ଫିଟନେସ୍ ଏବଂ ଅଧିନାୟକତ୍ୱକୁ ସମର୍ଥନ କରିଥିଲେ ।
ବିବାଦ ବିବାରୁ କଂଗ୍ରେସ ଶମାଙ୍କୁ ନିଜ ପୋଷ୍ଟ ହଟାଇବାକୁ କହିଥିଲା । ଏହା ପରେ ଶମା ନିଜ ବିବାଦୀୟ ପୋଷ୍ଟ ହଟାଇ ଦେଇଥିଲେ ।
ପତଳା ଯୁବକ ଖୋଜୁଛ ଯଦି ମଡେଲିଂ ପ୍ରତିଯୋଗିତାକୁ ଯାଅ’
Prev Post