ମହାକୁମ୍ଭ ମେଳାରେ ହାସଲ ହୋଇଥିବା ତିନୋଟି ଗିନିଜ ବିଶ୍ୱ ରେକର୍ଡ଼ ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ

0 74

ପ୍ରୟାଗରାଜ,: ଉତ୍ତରପ୍ରଦେଶ ସରକାରଙ୍କ ପ୍ରୟାଗରାଜ କୁମ୍ଭ ମେଳା କର୍ତ୍ତୃପକ୍ଷ, ମହାକୁମ୍ଭ ମେଳା ସମୟରେ ତିନୋଟି ଗନିଜ ବିଶ୍ୱ ରେକର୍ଡ଼ ହାସଲ କରିଛନ୍ତି । ଏହା ସ୍ୱଛତା, ପରିବେଶ ସଂରକ୍ଷଣ ଓ ସାଂସ୍କୃତିକ ଐତିହ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ । ପ୍ରୟାଗରାଜ ମେଳା
ପ୍ରାଧିକାରୀ ବିଜୟ କିରଣ ଆନନ୍ଦ ଓ ବିଶ୍ୱ ରେକର୍ଡ ରଣନୀତିଜ୍ଞ ନିଶ୍ଚଲ ବାରୋଟଙ୍କ ଉପସ୍ଥିତିରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଥମ ରେକର୍ଡ଼ ସର୍ବାଧିକ ଲୋକଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଝାଡ଼ୁ କରିବା ପାଇଁ ଥିଲା
ଯେଉଁଥିରେ ୧୯,୨୮୭ ଜଣ ଅଂଶ ଗ୍ରହଣ କରିଥିଲେ ଓ ସେମାନେ ସ୍ୱଛ ଭାରତ ପଦକ୍ଷେପରେ ଯୋଗ ଦେଇଥିଲେ । ଦ୍ୱିତୀୟ ପୁରସ୍କାର ବିଭିନ୍ନ ସ୍ଥାନରେ ନଦୀ ସଫେଇରେ ସର୍ବାଧିକ ଅଂଶଗ୍ରହଣକାରୀଙ୍କ ପାଇଁ ହାସଲ କରାଯାଇଥିଲା ଯେଉଁଥିରେ ୩୨୯ ଜଣ ସ୍ୱେଛାସେବୀ ପବିତ୍ର ନଦୀ ବକ୍ଷକୁ ସଫା କରିଥିଲେ ଓ ନମାମି ଗଙ୍ଗେ ପଦକ୍ଷେପକୁ ସ୍ୱାଗତ କରିଥିଲେ । ଏହି ପଦକ୍ଷେପ ଜଳ ସଂରକ୍ଷଣ ଓ ବର୍ଜ୍ୟବସ୍ତୁ
ପରିଚାଳନାର ଗୁରୁତ୍ୱକୁ ପ୍ରାଧାନ୍ୟ ଦେଇଥିଲା । ତୃତୀୟ ରେକର୍ଡ ଆଠ ଘଣ୍ଟା ମଧ୍ୟରେ ଏକ ହାତଅଙ୍କା ଚିତ୍ରକଳା ପାଇଁ ସର୍ବାଧିକ ଅବଦାନ ଲାଗି ଦିଆଯାଇଥିଲା, ୧୦,୧୦୨ ଜଣ ଅଂଶଗ୍ରହଣକାରୀ ସମୁଦ୍ର ମନ୍ଥନର ପୌରାଣିକ ବିଷୟକୁ ନେଇ କଳାକୃତି ସୃଷ୍ଟି କରିଥିଲେ । ଏଥିରେ ଏକତା, ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ଝଲକ ଦେଖିବାକୁ ମିଳିଥିଲା । ବିଶ୍ୱ ରେକର୍ଡ ରଣନୀତିକାର ନିଶ୍ଚଲ ବାରୋଟ ମତ ଦେଇ କହିଥିଲେ ଯେ ଏହି ଗିନିଜ ବିଶ୍ୱ ରେକର୍ଡ ହାସଲ କରିବା ମାନଦଣ୍ଡ ସ୍ଥାପନ କରିବା ଠାରୁ ଅଧିକ, କୋଟି କୋଟି ଲୋକଙ୍କୁ ସ୍ୱଛତା, ପରିବେଶ ସଂରକ୍ଷଣ ଓ ସଂସ୍କୃତିର ସଂରକ୍ଷଣ ପାଇଁ ଦାୟିତ୍ୱ ନେବା ଲାଗି ପ୍ରେରଣା ଭାବରେ କାର୍ଯ୍ୟ କରେ । ଏହା ଉତ୍ତର ପ୍ରଦେଶର ଜନମାନସକୁ ବିଶେଷ ଭାବରେ ପ୍ରଭାବିତ କରିଛି । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଏହି ରେକର୍ଡ ଭାଙ୍ଗିବା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ପାଇଁ ପ୍ରୟାଗରାଜ ମେଳା କର୍ତ୍ତୃପକ୍ଷ ଓ ଉତ୍ତର ପ୍ରଦେଶ ଲୋକଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ସେ ମହା କୁମ୍ଭ ମେଳାର ଗୁରୁତ୍ୱକୁ କେବଳ ଏକ ଆଧ୍ୟାତ୍ମିକ ମଣ୍ଡଳୀ ଭାବରେ ନୁହେଁ ବରଂ ସ୍ୱଛତା, ସ୍ଥାୟିତ୍ୱ ଓ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲାଗି ଏହା ବିଶାଳ ମଞ୍ଚ ବୋଲି କହିଥିଲେ । ଏହି ବିଶ୍ୱ ରେକର୍ଡ ପ୍ରମାଣପତ୍ରକୁ ଆନୁଷ୍ଠାନିକ ଭାବରେ ପ୍ରଦାନ କରାଯାଇଥିଲା । ମେଳାଧିକାରୀ ବିଜୟ କିରଣ ଆନନ୍ଦଙ୍କ ନେତୃତ୍ୱରେ ପ୍ରୟାଗ ରାଜ ମେଳା କର୍ତ୍ତୃପକ୍ଷ ସ୍ୱଛ ଭାରତ ଓ ସ୍ଥାୟୀ ବିକାଶର ଉଦ୍ଦେଶ୍ୟ ସହ ସମନ୍ୱୟ ରଖି ଏହି ବିଶାଳ ମେଳା ପରିଚାଳନାରେ ଅନୁକରଣୀୟ ମଡେଲ ପ୍ରଦର୍ଶନ କରିଛନ୍ତି ।

Leave A Reply

Your email address will not be published.