୨୦୨୫ ସୁଦ୍ଧା ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇଯିବ ଭାରତର ପ୍ରଥମ ସ୍ୱ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍‌

0 84

ନୂଆଦିଲ୍ଲୀ, : କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭୋପାଳରେ ଆୟୋଜିତ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫ର ଦ୍ୱିତୀୟ ଦିନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି । ଏହି ଅବସରରେ ଅଶ୍ୱିନୀ ବୈଷ୍ଣବ ନୂତନ ବୃକ୍ଷରୋପଣ ପାଇଁ ଏଚଏଲବିଏସ ପରିବାରକୁ ଅଭିନନ୍ଦନ ଜଣାଇଥିଲେ । ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ ୨୦୨୫ ସୁଦ୍ଧା ପ୍ରଥମ ମେଡ ଇନ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇଯିବ । ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ମଧ୍ୟପ୍ରଦେଶର ଦ୍ରୁତ ଅଭିବୃଦ୍ଧି ଏହି ମାଇଲଖୁଣ୍ଟ ହାସଲ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ବୈଷ୍ଣବ ସ୍ୱୀକାର କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶରେ ଇଲେକ୍ଟ୍ରୋନିକ୍ ଉତ୍ପାଦନ ଉଲ୍ଲେଖନୀୟ ଗତି ହାସଲ କରିଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଲଷ୍ଟରକୁ ଅନୁମୋଦନ କରାଯାଇଛି, ଗୋଟିଏ ଭୋପାଳରେ ଏବଂ ଅନ୍ୟଟି ଜବଲପୁରରେ । ବର୍ତ୍ତମାନ ରାଜ୍ୟରେ ୮୫ଟି କମ୍ପାନୀ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି । ଯାହା ଉଭୟ ସରକାରଙ୍କ ପାଇଁ ଏକ ବଡ଼ ସଫଳତା । ମଧ୍ୟପ୍ରଦେଶରେ ୨୦,୦୦୦ ଇଞ୍ଜିନିୟରଙ୍କୁ ତାଲିମ କେନ୍ଦ୍ର ମନ୍ତ୍ରୀ ମଧ୍ୟ ମଧ୍ୟପ୍ରଦେଶରେ ଭବିଷ୍ୟତ ଦକ୍ଷତା
କାର୍ଯ୍ୟକ୍ରମ ଅଧୀନରେ ୨୦,୦୦୦ ଇଞ୍ଜିନିୟରଙ୍କ ତାଲିମ ଘୋଷଣା କରି ବୈଷୟିକ ପ୍ରଗତି ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ବିଗତ ଦଶନ୍ଧି ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି, ଯାହାର ମୂଲ୍ୟ ୧୦ ଲକ୍ଷ କୋଟି ଟଙ୍କା ହୋଇଛି । ଭାରତ ବର୍ତ୍ତମାନ ମୋବାଇଲ୍ (୪ ଲକ୍ଷ କୋଟି ଟଙ୍କା); ଲାପଟପସ୍‌, ସଭର୍ର୍‌, ଟେଲିକମ୍‌ ଉପକରଣ (୭୫,୦୦୦ କୋଟି ଟଙ୍କା) ଏବଂ ପ୍ରତିରକ୍ଷା ଏବଂ ମେଡିକାଲ୍‌ ଇଲେକ୍ଟ୍ରୋନିକ୍ସ ସମେତ ୫ ଲକ୍ଷ କୋଟି ଟଙ୍କାର ଇଲେକ୍ଟ୍ରୋନିକ୍ସ ରପ୍ତାନି କରୁଛି । ରପ୍ତାନୀ କରାଯାଉଥିବା ୩ଟି ପ୍ରମୁଖ ସାମଗ୍ରୀ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଅନ୍ୟତମ । ଭାରତର ସେମିକଣ୍ଡକ୍ଟର ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା
ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି, ଯେଉଁଥିରେ ଏକକାଳୀନ ପାଞ୍ଚଟି ୟୁନିଟ୍‌
ନିର୍ମାଣାଧୀନ ରହିଛି । ପ୍ରଥମ ମେଡ୍ ଇନ୍‌ ଇଣ୍ଡିଆ ଚିପ୍ ୨୦୨୫ ସୁଦ୍ଧା ବାହାରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.