ଭୁବନେଶ୍ୱର,: ରାଜ୍ୟରେ ମୃଦୁ ଭୂକମ୍ପ ଝଟକା ଲାଗିଛି । ଥରିଲା ରାଜଧାନୀ ଭୁବନେଶ୍ୱର । ସକାଳ ୬ଟା୧୦ମିନିଟରେ ଭୂମିକମ୍ପ ଅନୂଭୁତ ହୋଇଛି । ବଙ୍ଗୋପସାଗର ଭୂକମ୍ପ କେନ୍ଦ୍ରସ୍ଥଳ ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧
ରେକର୍ଡ ହୋଇଛି । ଭୂକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି । ତୀବ୍ରତା କମ୍ ଥିବାରୁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ୨ରୁ ୩ ସେକେଣ୍ଡ ଯାଏଁ ଝଟକା ଅନୁଭୂତ ଥିଲା । ଘରର ଆସବାପତ୍ର ଥରିବାକୁ ଲାଗିଥିଲା । ବଙ୍ଗୋପସାଗରରେ ୯୧କିମି ତଳେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ଭୁବନେଶ୍ୱର ସମେତ ପୁରୀ, ପାରାଦ୍ୱୀପ, ବାଲେଶ୍ୱର, ବାରିପଦା ଓ ବ୍ରହ୍ମପୁରର କିଛି ସ୍ଥାନରେ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ସମୁଦ୍ର ମଧ୍ୟରେ ହୋଇଥିବାରୁ କିଛି କ୍ଷୟକ୍ଷତି ହୋଇନାହିଁ । ଭୁବନେଶ୍ୱରରୁ ୨୯୭କିମି ଦୂରରେ ଭୂମିକମ୍ପ କେନ୍ଦ୍ରସ୍ଥଳ ରହିଛି । ପୁରୀରୁ ୨୮୬ କିମି ଓ ବ୍ରହ୍ମପୁରରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଭୂମିକମ୍ପ ପ୍ରଭାବ ଅନୁଭୂତ ହୋଇଛି । ସେପଟେ ପଶ୍ଚିମବଙ୍ଗ ମଧ୍ୟ ୫.୧ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । କିଛି ଦିନ ତଳେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ୭ଦିନ ମଧ୍ୟରେ ଦିଲ୍ଲୀରେ ୩ଥର ଭୂମିକମ୍ପ ଝଟକା ଲାଗିଛି । ସୋମବାର ସକାଳ ୧୧ଟା ୪୬ ମିନିଟରେ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହା ତୀବ୍ରତା ୨.୨ ରେକର୍ଡ ହୋଇଥିଲା । ତୀବ୍ରତା ବହୁତ କମ୍ ଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିଲା । ଏହାପୂର୍ବରୁ ଦୁଇଥର ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତୀବ୍ରତା ଯଥାକ୍ରମେ ୪.୮ ଓ ୨.୮ ରେକର୍ଡ ହୋଇଥିଲା । ସେହିପରି ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ଼ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗରରେ ଥିବା ବେଳେ ଏହାର ଗଭୀରତା ୯୧ କିଲୋମିଟର ରହିଛି । ତେବେ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । କୋଲକାତାରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସହରଠାରୁ ବହୁତ ଦୂରରେ ରହିଛି । ସେହିପରି ଚଳିତ ବର୍ଷ ଜାନୁଆରୀ ୮ ତାରିଖରେ ମଧ୍ୟ କୋଲକାତାରେ ମୃଦୁ
ଭୂମିକମ୍ପ ଅନୁଭୂତ ହୋଇଥିଲା । ଉତ୍ତର ବଙ୍ଗରେ ଭୂମିକମ୍ପ ଝଟକା ଅନୁଭୂତ . ହୋଇଥିଲା । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନଥିଲା । ଗତ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଘଟଣା ସାମ୍ନାକୁ ଆସୁଛି । ଯାହା ଯୋଗୁଁ ଲୋକମାନେ ଆତଙ୍କିତ ଅଛନ୍ତି । ନିକଟରେ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ
ଏକକାଳୀନ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହିପରି ଫେବ୍ରୁଆରୀ ୨୩ ତାରିଖ ଦିନ ଅପରାହ୍ନ ୩ଟା ୨୪ ମିନିଟରେ ଉତ୍ତର ପ୍ରଦେଶର ଗାଜିଆବାଦରେ ୨.୮ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜି ଅନୁସାରେ, ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଥିଲା । ସେହିପରି ଫେବ୍ରୁଆରୀ ୧୭ ତାରିଖ ସକାଳେ, ଦିଲ୍ଲୀରେ ୪.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା । ଯାହା ଫଳରେ ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ପଳାଇଥିଲେ ।
ଓଡିଶାରେ ମୃଦୁ ଭୂକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ
Prev Post