ମହାଶିବରାତ୍ରୀ ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ବ୍ୟବସ୍ଥାର ଅନୁଧ୍ୟାନ କଲେ ଆଇନ ମନ୍ତ୍ରୀ

0 111

ଭୁବନେଶ୍ୱର,: ମହାଶିବରାତ୍ରୀ ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ କରି ସେମାନେ ଯେଭଳି ଭଲରେ ପୂଜା କରି ପାରିବେ ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ପୁରା ବ୍ୟବସ୍ଥାକୁ ନେଇ ଦୁଇଟି ବୈଠକ ଶେଷ ହୋଇଛି । ଆଇନ ମନ୍ତ୍ରୀ ଭାବେ ଗୋଟିଏ ବୈଠକରେ ଏ ପୁରା ବ୍ୟବସ୍ଥାର ସମୀକ୍ଷା କରିଛି । ଜିଲ୍ଲାପାଳ, ଡିସିପି ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସବୁ ଦିଗରୁ ଆଲୋଚନା କରିଛନ୍ତି । ସେହିପରି ଲିଙ୍ଗରାଜ ମନ୍ଦିରର ବିଭିନ୍ନ ନିଯୋଗ ସହିତ ଚର୍ଚ୍ଚା ଆଲୋଚନା ଚାଲିଛି । ସମସ୍ତଙ୍କ ସହଯୋଗ ରହିବ । ଠିକ୍ ରାତି ୧୦ ଟାରେ ମହାଦୀପ ଉଠିବ । ପ୍ରଭୁ ଲିଙ୍ଗରାଜଙ୍କ ସବୁ କାର୍ଯ୍ୟ ସୁରୁଖୁରୁରେ
ହେବ । ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର ଭାବେ ସିସିଟିଭିର ବ୍ୟବସ୍ଥା ହେବ । କିଭଳି ଭାବେ ଧାଡ଼ି ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁ
କେଉଁ ବାଟେ ଆସିବେ । ସେବାୟତଙ୍କ ପରିବାର ଲୋକ କେଉଁ ପଟେ ମନ୍ଦିର ଭିତରକୁ ପ୍ରବେଶ କରିବେ । ପାସଧାରୀ
ଭିଆଇପି ଆସିବେ । ସେଥିପାଇଁ କ୍ରୀୟାନ୍ୱୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଧାଡ଼ିରେ ଛିଡା ହୋଇଥିବା ଶ୍ରଦ୍ଧାଳୁଙ୍କ
ପାଇଁ କିଭଳି ସୁବିଧା ବ୍ୟବସ୍ଥା କରାଯିବ । ସେମାନଙ୍କ ପାଇଁ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ ସେ ଉପରେ ବି ଆଲୋଚନା ହୋଇଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

Leave A Reply

Your email address will not be published.