ଅନୁଗୋଳ,: ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ମହାନଦୀ କୋଇଲା ଖଣି ସଂସ୍ଥା (ଏମସିଏଲ)ର ୧୪ ତମ ଥଇଥାନ ଓ ପାରିପାଶ୍ୱର୍ିକ ଉନ୍ନୟନ ପରାମର୍ଶଦାତା କମିଟି (ଆରପିଡିଏସି) ବୈଠକ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ
ଆବ୍ଦାଲ୍ ଏମ ଅଖତାର ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଏହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟସୂଚୀ ଅନୁଯାୟୀ ଏହି କ୍ଟ୍ରବୈଠକରେ ମୋଟ ୧୮ ଟି ବିଷୟରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ କଣିହାଁର ପଥରମୁଣ୍ଡା (୩୩ଟି ପରିବାର), ହିଲୋଇ (ନୂଆସାହି) ଓ ଏକଡାଲ (ଏମସିଏଲ୍ ଜଗନ୍ନାଥ ଏରିଆ), ଅରକପାଲ ଓ ତାଳବେଡା (ଏମସିଏଲ ଭୁବନେଶ୍ୱରୀ ଏରିଆ), ହିଂସମୁଲ ଓ ତାଳସାହି (ଏମସିଏଲ ଭୁବନେଶ୍ୱରୀ ଏରିଆ), କଂସମୁଣ୍ଡା (ଏମସିଏଲ କଣିହାଁ ଏରିଆ), ଆମ୍ବପାଳ (ଏମସିଏଲ୍ ହିଙ୍ଗୁଳା) ଇତ୍ୟାଦି ଗ୍ରାମର ବିସ୍ଥାପିତ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବିସ୍ଥାପିତଙ୍କ ବିଭିନ୍ନ
ସମସ୍ୟାର ସମାଧାନ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ, ବିସ୍ତୃତ ଭାବେ ଶୁଣାଣୀ କରାଯାଇ ସମାଧାନ ବାହାର କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା । ସେହିପରି ଆର୍ପିଡିଏସି ବୈଠକକୁ ଚାରି ମାସକୁ ଥରେ ଆୟୋଜନ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ବିସ୍ଥାପିତମାନଙ୍କ ଦାବିକୁ ସକାରାତ୍ମକ ଭାବେ ବିଚାରକୁ ନେବା ପାଇଁ କେନ୍ଦ୍ର
ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇଜି ସତ୍ୟବ୍ରତ ଭୋଇ, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନୁଗୋଳ ଉପଜିଲ୍ଲାପାଳ ମାୟାଧର ବେହେରା, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ସହକାରୀ ଜିଲ୍ଲାପାଳ ସୁକାନ୍ତ ସାହୁ, ପ୍ରତାପ ହରି ପ୍ରଧାନ, ତାଳଚେର, କଣିହାଁ ଓ ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା/ ଅଧକ୍ଷ, ବିସ୍ଥାପିତ ମାନଙ୍କ ପ୍ରତିନିଧି, ଏମସିଏଲ ଅଧିକାରୀ ବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।
ଏମସିଏଲର ୧୪ତମ ଆର୍ପିଡି ଏସି ବୈଠକ
Prev Post