ବଞ୍ଚାଓ ସରକାର ଦେବ ସୁନା ଆମକୁ ବିକ୍ରି କରିଦେଲା

0 153

ବଲଂଗୀର ଜିଲ୍ଲା ଦାଦନ ସମସ୍ୟାରେ ପଡିତ ଥିବା ବେଳେ ଅନେକ ସରକାରୀ ପ୍ରଚେଷ୍ଟା ପରେ ମଧ୍ୟ ଥମୁନି ଦାଦନ ଯନ୍ତ୍ରଣା। ପେଟ ପାଟଣା ପାଇଁ ଲକ୍ଷାଧୂକ ଗରିବ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏବଂ ସେଠି ଅକଥନୀୟ ନିର୍ଯ୍ୟାତନା ପାଉଥବାର ଅଭିଯୋଗ ହୋଇ ଆସୁଛି। ଏହିପରି ଆଜି ପୁଣି ତେଲେଙ୍ଗାନା ରାଜ୍ୟରୁ ଶତାଧିକ ଦାଦନ
ଶ୍ରମିକ ସ୍ଥାନୀୟ ପ୍ରଶାସନ ଦ୍ବାରା ଉଦ୍ଧାର ହୋଇଛନ୍ତି। ତେବେ ବଲାଙ୍ଗୀର ଜିଲ୍ଲାର ପଟଣାଗଡ଼, ବେଳପଡା ଓ ଖପ୍ରାଖୋଲା ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧ୍ଵକ ଗରିବ ପେଟ ପାଟଣା ପାଇଁ ସ୍ଥାନୀୟ ଦାଦନ ସରଦାର ମାନଙ୍କ ଠାରୁ ଅଗ୍ରୀମ ଟଙ୍କା ନେଇ ଦାଦନ ଖଟିବାକୁ ତେଲେଙ୍ଗାନାର ୟାଦରି ଜିଲ୍ଲାର ଏକ ଇଟା ଭାଟିକୁ ଯାଇଥିଲେ। ହେଲେ ସେଠି ସେମାନଙ୍କୁ ଖାଇବା ନ ଦେବା ସହ ଇଟାଭାଟି ମାଲିକ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏପରିକି ଏଥୁରେ ବୃଦ୍ଧ ଓ ଶିଶୁ ମାନଙ୍କୁ ମଧ୍ୟ ସେମାନେ ଛାଡି ନ ଥିଲେ। ତେବେ ପୀଡିତ ମାନେ ଉଦ୍ଧାର ପାଇଁ ଦାବି କରିଥିବା ବେଳେ KBK ସଂଗଠନ ଓ ସମତା ସଂଗଠନ ଏହାକୁ ନେଇ ସାମାଜିକ ଗଣ ମାଧ୍ୟମରେ ସରକାରଙ୍କ ନିକଟରେ ଅପିଲ କରିଥିଲେ। ସେପଟେ ସ୍ଥାନୀୟ ପ୍ରଶାସନ ଏହାକୁ ଭିତ୍ତି କରି ସମସ୍ତ ଦାଦନ ଶ୍ରମିକଙ୍କୁ ଇଟାଭାଟି ରୁ ଉଦ୍ଧାର କରିଛି। ସେହିପରି ଉଦ୍ଧାର ହୋଇଥିବା ସମସ୍ତ ଦାଦନ ଶ୍ରମିକଙ୍କ ଟ୍ରେନ ଯୋଗ ଆଜି ବଲଲାଙ୍ଗୀର ପହଁଚି ଦାଦନ ର କରୁଣ କାହାଣୀ ଆଜି ବଖଣିଛନ୍ତି

 

Leave A Reply

Your email address will not be published.