ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍‌କା

0 136

ମୁମ୍ବାଇ, : ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ରେ ମୁମ୍ବାଇର ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ମୁମ୍ବାଇ ଦଳ
ଆଇପିଏଲ ୨୦୨୪ରେ ଭଲ ପ୍ରଦର୍ଶନ କରିପାରି ନଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିଥିବା ଆଗାମୀ ସିଜିନରେ ହାର୍ଦ୍ଦିକ ପୁଣି ଥରେ ଟାଇଟଲ ଜିତିବାକୁ ଚେଷ୍ଟା କରିବେ । କିନ୍ତୁ ଏହା ପୂର୍ବରୁ ତାଙ୍କୁ ଏକ
ବଡ଼ ଝଟ୍‌କା ଲାଗିଛି । ସେ ସିଏସ୍‌କେ ବିପକ୍ଷରେ ମ୍ୟାଚ୍ ଖେଳିପାରିବେ ନାହିଁ । ମୁମ୍ବାଇ ଦଳ ଆଇପିଏଲ ୨୦୨୪ର ଶେଷ ମ୍ୟାଚ୍ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷରେ ଖେଳିଥିଲା ଏବଂ ଏହି ମ୍ୟାଚରେ ମୁମ୍ବାଇ ଦଳର ଅଧିନାୟକ ହାର୍ଦ୍ଦିକ
ପାଣ୍ଡ୍ୟାଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । ଇମ୍ପାକ୍ଟ ଖେଳାଳି ସମେତ ପ୍ଲେଇଂ ଇଲେଭେନର ଖେଳାଳିମାନଙ୍କୁ ୧୨ ଲକ୍ଷ ଟଙ୍କା କିମ୍ବା ସେମାନଙ୍କ ମ୍ୟାଚ୍ ଫିର ୫୦ ପ୍ରତିଶତ ଜରିମାନା କରାଯାଇଥିଲା । ସେହିପରି, ଆଇପିଏଲ ୨୦୨୪ରେ, ମୁମ୍ବାଇ ଦଳ ତିନିଥର ସର୍ବନିମ୍ନ ଓଭର ରେଟ୍ ବଜାୟ ରଖିବାରେ ବିଫଳ ହୋଇଥିଲା । ଏହି କାରଣରୁ ଅଧିନାୟକ ହାର୍ଦ୍ଦିକଙ୍କୁ ମଧ୍ୟ ଗୋଟିଏ ମ୍ୟାଚ୍ ପାଇଁ ବାସନ୍ଦ କରାଯାଇଥିଲା । ଗତ ସିଜିନରେ ମୁମ୍ବାଇ ଶେଷ ମ୍ୟାଚ୍ ଖେଳିସାରିଥିଲା । ତେଣୁ ଆଗାମି ସିଜିନରେ ହାର୍ଦ୍ଦିକଙ୍କ ଉପରେ ପ୍ରଥମ ମ୍ୟାଚରେ
ଏହି ପ୍ରତିବନ୍ଧକ ଲାଗୁ ହେବ ।ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ୧୩୭ଟି ଓଚଖ ମ୍ୟାଚ୍ ଖେଳି ମୋଟ ୨୫୨୫ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କ ନାମରେ ୧୦ଟି ଅର୍ଦ୍ଧଶତକ ରହିଛି । ଏହା ସହ ସେ ୬୪ଟି ୱିକେଟ ନେବାରେ ମଧ୍ୟ ସଫଳ
ହୋଇଛନ୍ତି । ଏବେ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚରେ ହାର୍ଦ୍ଦିକଙ୍କ ଅନୁପସ୍ଥିତି ଯୋଗୁଁ, ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଦାୟିତ୍ୱ ନେଇପାରନ୍ତି । ସେ ଭାରତୀୟ ଟି-୨୦ ଦଳର  ଅଧିନାୟକ ଏବଂ ତାଙ୍କର ଅଭିଜ୍ଞତା ମୁମ୍ବାଇ ପାଇଁ
ଉପଯୋଗୀ ହୋଇପାରେ । ଆଇପିଏଲ ୨୦୨୪ରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା ଏବଂ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଥିଲା । ମୁମ୍ବାଇ ମାତ୍ର ୪ଟି ମ୍ୟାଚ୍ ଜିତିଥିଲା ଏବଂ ୧୦ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଥିଲା ।

Leave A Reply

Your email address will not be published.