ଇମ୍ଫାଲ, : ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ରବିବାର ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ତାଙ୍କ ସହ ରାଜ୍ୟ ବିଜେପି ସଭାପତି ଏ.ଶରଦ ଥିବା ବେଳେ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ
ଥିଲେ । ତେବେ ସୋମବାର ମଣିପୁର ବିଧାନସଭା ଅଧିବେଶନ ଆରମ୍ଭ ହେବାର ଥିଲା । ବିରୋଧୀମାନେ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ପ୍ରସ୍ତୁତି କରୁଥିଲେ । ବିରେନ ସିଂହଙ୍କ ଇସ୍ତଫାକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି । ବିରେନ ସିଂହଙ୍କୁ ଦୁଇ ବର୍ଷ ପୂର୍ବରୁ ବରଖାସ୍ତ କରିବାର ଥିଲା ବୋଲି କଂଗ୍ରେସ କହିଛି । କଂଗ୍ରେସ ନେତା ଆଲୋକ ଶର୍ମା କହିଛନ୍ତି, \”ଦେଶ ତାଙ୍କୁ କେବେ କ୍ଷମା
କରିବ ନାହିଁ । ମଣିପୁର ବିଧାୟକଙ୍କ ଅନ୍ତର ଆତ୍ମା ଜୀଁ ଉଠିଛି । ସେ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି । ସେପଟେ ରବିବାର ଦିଲ୍ଲୀ ଯାଇ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି ବିରେନ ସିଂହ । କିଛି ସମୟ ପରେ ମଣିପୁରରେ ବିଧାୟକମାନଙ୍କ ବୈଠକ ଅନୁଷ୍ଠିତ ହୋଇପାରେ ବୋଲି କୁହାଯାଉଛି । ପାର୍ଟିର ହାଇକମାଣ୍ଡଙ୍କ ସହ ଆଲୋଚନା ହେବା ପରେ ନୂଆ ନେତା ଚୟନ ହେବେ । ଏହା ପୂର୍ବରୁ ମଣିପୁରରେ ଜାରି ରହିଥିବା ହିଂସାକୁ ନେଇ ରାଜ୍ୟବାସୀଙ୍କୁ କ୍ଷମା ମାଗିଥିଲେ ଏନ. ବିରେନ ସିଂହ ।
ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିରେନ ସିଂହ
Next Post