ନୂଆଦିଲ୍ଲୀ,: ଦେଶବିଦେଶରେ ଘଟୁଥିବା ବିଭିନ୍ନ କାରଣରୁ ଗତ କିଛି ଦିନ ଧରି ଷ୍ଟକ୍ ବଜାର କାରବାର ଅସ୍ଥିର ରହିଛି । ଏହି କ୍ଷଣସ୍ଥାୟୀ ଅସ୍ଥିରତାରେ ବିଚଳିତ ନ ହେବାକୁ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ ଇକ୍ୱିଟି ମୁଖ୍ୟ ଶ୍ରେୟସ ଡେଭଲକର କହିଛନ୍ତି । ସେ କହିଛନ୍ତି ଯେ ନିବେଶକମାନେ ବଜାରର ସମୟ ଉପରେ ଧ୍ୟାନ ଦେବା ଉଚିତ୍ । ଦୃଢ଼ ଘରୋଇ ଚାହିଦା, ଏକ ବିବିଧ ଅର୍ଥନୀତି ଓ ଆର୍ଥିକ ବ୍ୟବସ୍ଥା ବଳରେ ଏଭଳି ଅସ୍ଥିରତା ସତ୍ତ୍ୱେ ଭାରତ ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ହୋଇରହିଛି । ତେଣୁ ନୂତନ ନିବେଶକମାନେ ଇକ୍ୱିଟିରେ ନିବେଶ ଜାରି ରଖିଲେ ଦୀର୍ଘକାଳୀନ ଭିତ୍ତିରେ ନିଜ ସମ୍ପତ୍ତି ବଢ଼ାଇପାରିବେ ବୋଲି ସେ କହିଛନ୍ତି । ବଜାର ଅସ୍ଥିରତା ସମ୍ପର୍କରେ ସେ କହିଛନ୍ତି ଯେ ୨୦୨୪ର ଶେଷ
ତିନି ମାସରେ ବଜାର ବିଭିନ୍ନ କାରଣ ଲାଗି ଅସ୍ଥିର ଥିଲା । ୨୦୨୫ରେ ସେହି ଧାରା ପ୍ରାୟତଃ ଜାରି ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଉଥିବା ଶୁଳ୍କ ଦ୍ୱାରା ଭାରତ ଭଳି ଦେଶର ମୁଦ୍ରା ପ୍ରଭାବିତ ହେବ । କିନ୍ତୁ ଚୀନ୍ ଉପରେ ଶୁଳ୍କ ଲାଗିଲେ, ସେଥିରୁ ଭାରତ ଉପକୃତ ହେବ । ଦୀର୍ଘକାଳୀନ ଭିତ୍ତିରେ ଭାରତର ଇକ୍ୱିଟି ବଜାର ବିଶ୍ୱସ୍ତରରେ ଘଟୁଥିବା ଘଟଣା ବଦଳରେ ଦେଶ ଭିତର ଘଟଣା ଦ୍ୱାରା ଅଧିକ ପ୍ରଭାବିତ ହେବ ବୋଲି ସେ କହିଛନ୍ତି ।
ଷ୍ଟକ୍ ବଜାରରେ ଅସ୍ଥିରତା
Prev Post