୧୩ରୁ ବଜେଟ୍ ଅଧିବେଶନ ୧୨ରେ ସର୍ବଦଳୀୟ ବୈଠକ

Budget Session from 13 All-party meeting on 12

0 106

ଭୁବନେଶ୍ୱର, : ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ୧୭ରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ସୁରୁଖୁରୁରେ ଗୃହ ପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ଆସନ୍ତା ୧୨ ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ ବସିବ । ଦିନ ୧୧ଟା ବେଳେ ବୈଠକ ହେବ । ଶାନ୍ତିଶୃଙ୍ଖଳାରେ ଗୃହ ପରିଚାଳନା ପାଇଁ ବାଚସ୍ପତି ସମସ୍ତଙ୍କ ସହ ଆଲୋଚନା କରିବେ । ସୂଚନା ଅନୁସାରେ, ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ଫେବ୍ରୁଆରୀ ୧୩ତାରିଖରୁ ଆରମ୍ଭ ହେବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କ ଅଭିଭାଷଣର କାର୍ଯ୍ୟକ୍ରମ ରହିଛି । ଫେବ୍ରୁଆରୀ ୧୪ ଓ ୧୫ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୬ତାରିଖ ରବିବାର ଛୁଟି ଥିବାବେଳେ ୧୭ରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ . ବଜେଟ୍ ଉପସ୍ଥାପିତ ହେବ । ୧୮ରେ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୧୯ରେ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଏବଂ ୨୦ ଓ ୨୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହେବ । ୨୨ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ମାର୍ଚ୍ଚ ୭ତାରିଖରୁ ଆରମ୍ଭ ହେବ । ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ସବୁ ଗୃହରେ ଆଗତ ହେବ । ମାର୍ଚ୍ଚ ୧୦ରୁ ବିଭାଗୱାରି ଅନୁଦାନ ଦାବି ଉପରେ ଆଲୋଚନା ହେବ । ମାର୍ଚ୍ଚ
୨୯ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆସିବ ।

Leave A Reply

Your email address will not be published.